ଜଗତସିଂହପୁର ୨୦/୦୩/୨୦୨୬ (ଓଡ଼ିଶା ସମାଚାର)- ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳକୁ ଆହୁରି ଲୋକାଭିମୁଖୀ କରିବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ସ୍ୱରୂପ ଆଜି ଜଗତସିଂହପୁର ଜିଲ୍ଲାସ୍ତରୀୟ ‘ପଖାଳ ପରବ ୨୦୨୬’ ବେଶ୍ ଧୁମଧାମରେ ପାଳିତ ହୋଇଯାଇଛି। ଓସ୍ଵନ୍ ଭି ସି ହଲ୍ ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ୍ କୁମାର ରାଉତ ଙ୍କ ସମେତ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ସହ ଆଭାସୀ ମାଧ୍ୟମରେ ଯୋଡି ହୋଇଥିଲେ।
ପରେପରେ ଅତିରିକ୍ତ ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ସାମୁହିକ ଭାବେ ପଖାଳ ସହିତ ବିଭିନ୍ନ ପ୍ରକାରର ପାରମ୍ପରିକ ଓଡ଼ିଆ ବ୍ୟଞ୍ଜନ ଯଥା-, ପୋହଳା ମାଛ ଭଜା, ପିସ ମାଛ ଭଜା, ଚିଙ୍ଗୁଡ଼ି ଛେଚା, ବଡ଼ି ଚୂରା, ଶାଗ ଭଜା, ଆଳୁ ଭର୍ତ୍ତା, ସଜନା ଛୁଇଁ ଭଜା, ମିକ୍ସ ଭଜା, କଲରା ଚିପ୍ସ, ବାଇଗଣ ଚିପ୍ସ, ଲେମ୍ବୁ, ପିଆଜ ଓ କଞ୍ଚା ଲଙ୍କା ପରି ବିଭିନ୍ନ ପ୍ରକାରର ବ୍ୟଞ୍ଜନ ଗ୍ରହଣ କରିଥିଲେ।
ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତୀଚୀ ତନୟା ମହାନ୍ତି, ଜିଲ୍ଲା ସ୍ତରୀୟ ଅଧିକାରୀ , ଡେପୁଟୀ କଲେକ୍ଟର, ସହକାରୀ ଜିଲ୍ଲାପାଳ,କର୍ମଚାରୀ , ଗଣମାଧ୍ଯମ ର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ମୀରାବାଈ ବେହେରା ପରିଚାଳନା କରିଥିଲେ।
