୩୦୦ ହଣ୍ଡା ଭଣ୍ଡାର ଭୋଗ ଲାଗିଲା
ଭୁବନ ୦୪/୧୧/୨୦୨୫ (ଓଡ଼ିଶା ସମାଚାର)- ଢେ଼ଙ୍କାନାଳ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଭୁବନ ର ବାବା ବୁଦ୍ଧେଶ୍ଵର ମନ୍ଦିର ପରିସରରେ ରେ ପ୍ରସିଦ୍ଧ ବଡ଼ ଓଷା ପାଳିତ ହୋଇଯାଇଛି। ଶ୍ରଦ୍ଧାଳୁ ଭକ୍ତମାନେ ମାନସିକ ପୂରଣ ପାଇଁ ପ୍ରତ୍ୟୁଷରୁ ଧାଡ଼ି ରେ ଯାଇ ବାବା ବୁଦ୍ଧେଶ୍ଵର ଙ୍କୁ ଦର୍ଶନ କରିଥିଲେ ଓ ପରେ ଭଣ୍ଡାର ଭୋଗ ରାନ୍ଧି ବାବା ଙ୍କ ନିକଟରେ ଭୋଗ ଅର୍ପଣ କରିଥିଲେ। ସମୁଦାୟ ୩୦୦ ରୁ ଉର୍ଦ୍ଧ୍ବ ହଣ୍ଡା ଭଣ୍ଡାର ଭୋଗ ଲାଗି ହୋଇଥିଲା ।
ମନ୍ଦିର ପରିଚାଳନା କମିଟି ସଭାପତି ନରହରି ସାହୁ ଙ୍କ ସମେତ ସମୀର କୁମାର ସାହୁ,ବିପିନ ବିହାରୀ ସେଠୀ,ସନ୍ତୋଷ କୁମାର ବିହାରୀ,ଲକ୍ଷ୍ମଣ କୁମାର ସାହୁ,ଗୁଲଗୁଲ ସାହୁ ପ୍ରମୁଖ ସମସ୍ତ ସଦସ୍ୟ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଅନୁରୂପ ଭାବେ ଭୁବନ ଏନ୍ ଏ ସି ଅନ୍ତର୍ଗତ ୧ ନମ୍ବର ୱାର୍ଡ ର କାଶୀ ବିଶ୍ଵନାଥ ମନ୍ଦିର ( ଛତା ମଠ) ପରିସରରେ ମଧ୍ୟ ଭଣ୍ଡାର ଭୋଗ ଲାଗି ହୋଇଥିଲା।
