ମହାଶିବରାତ୍ରିରେ ଜାଗର ଜାଳିବାକୁ ଭକ୍ତମାନଙ୍କ ସମାଗମ

ସାଲେପୁର,୦୮/୦୩/୨୦୨୪(ଓଡିଶା ସମାଚାର /ଅଭୟ ଜେନା )- ସାଲେପୁର ବ୍ଲକ ର ଗଙ୍ଗେଶ୍ୱର ମହାଦେବ ଓ କଳାଗ୍ନୀ ମହାଦେବଙ୍କ ପୀଠ ରେ ଜାଗର ଯାତ୍ରା ଓ ଶିବରାତ୍ରି ଉପଲକ୍ଷେ ଶ୍ରଦ୍ଧାଳୁ ମାନଙ୍କ ବ୍ୟାପକ ସମାଗମ ହୋଇଛି । ମହାନଦୀ ଚିତ୍ରୋତ୍ପଳା ଦ୍ବି୍ପାଞ୍ଚଳ ର ପୁରାତନ ପ୍ରସିଦ୍ଧ ଶୈବପୀଠ ଅନନ୍ତେଶ୍ୱର ଙ୍କ ପୀଠ ରେ ଶିବରାତ୍ରି ଜାଗର ଯାତ୍ରା ଅନୁଷ୍ଠିତ ହେଉଛି । ଶ୍ରଦ୍ଧାଳୁ ମାନେ ତଥା ବ୍ରତଧାରୀ ମହିଳା ମାନେ ଶିବ ଉପାସନା ନିମନ୍ତେ ଯୋଗ ଦେଇଛନ୍ତି । ଶହସ୍ରାଧିକ ଭକ୍ତ ଯୋଗଦେଇ ଥିବାରୁ ଶୃଙ୍ଖଳିତ ପରିଚାଳନା ନିମନ୍ତେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଜାଗର ଯାତ୍ରା ଉପଲକ୍ଷେ ଶ୍ରଦ୍ଧାଳୁ, ଭକ୍ତ ତଥା ସାଧାରଣ ଙ୍କ ଗହଳି ଦେଖିବାକୁ ମିଳିଛି । ଚଳିତ ବର୍ଷ କୌଣସି କଟକଣା ନ ଥିବାରୁ ଯାତ୍ରାରେ କିଣାବିକା ନିମନ୍ତେ ବିଭିନ୍ନ ଦୋକାନ ବଜାର ମାନ ବସିଥିବା ଦେଖିବାକୁ ମିଳିଛି । ଏଠାରେ ଉଲ୍ଲେଖ ନୀୟ ଯେ, ଏହି ଅନନ୍ତେ ଶ୍ୱର ଙ୍କୁ ନେଇ ମଧ୍ୟ ପ୍ରାଚୀନ କିମ୍ବଦନ୍ତୀ ରହିଥିବା ଶ୍ରଦ୍ଧାଳୁମାନଙ୍କ ଠାରୁ ଶୁଣିବାକୁ ମିଳେ । ଜନାର୍ଦ୍ଦନପୁରସ୍ଥିତ ସର୍ବେଶ୍ୱରମହାଦେବଙ୍କ ପୀଠ ରେ ଭକ୍ତ ମାନଙ୍କ ସମାଗମ ହୋଇଥିଲା । ମହାଦୀପ ଉଠିବା ପର୍ୟ୍ୟନ୍ତ ଶ୍ରଦ୍ଧାଳୁ ମହିଳା ମାନେ ଜାଗର ଜାଳି ଅପେକ୍ଷାରେ ରହିଥିବା ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *