ବେଡାରୀ ବଜ୍ରମହାକାଳୀ ମନ୍ଦିର ପ୍ରାଙ୍ଗଣରେ ଶରତ ରାସ ଉତ୍ସବ

ପାଟକୁରା ୦୪/୧୧/୨୦୨୫ (ଓଡିଶା ସମାଚାର )ଗରଦପୁର ବ୍ଳକ ବେଡାରୀ ଗ୍ରାମ ଅଧିଷ୍ଠାତ୍ରୀ ଦେବୀ ମା ବଜ୍ରମହାକାଳୀ ଙ୍କ ମନ୍ଦିର ପରିସରରେ ପଞ୍ଚୁକରେ ଶରତ ରାସ ଉତ୍ସବ ଅନୁଷ୍ଠିତ ହେଉଛି । ଭଗବାନ ଶ୍ରୀକୃଷ୍ଣ ଓ ମା ରାଧା ରାଣୀ ଙ୍କ ଲୀଳାଖେଳା ଉପରେ ଆଧାରିତ ଏହି ରାସ ପୁସ୍ତକରେ ଥିବା ପଦ୍ୟା ବଳି ଶୁଣିବା ପାଇଁ ଗ୍ରାମର ବୟସ୍କ ବ୍ୟକ୍ତି ମାନେ ଏଠାରେ ସମବେତ ହେଉଛନ୍ତି ।

ମୃଦଙ୍ଗର ତାଳେ ତାଳେ ଶରତ ରାସ ପଠନ ବେଶ ଚିତାକର୍ଷକ ହେଉଛି । ଆସନ୍ତା କାଲି କାର୍ତ୍ତିକ ପୁର୍ଣିମାରେ ରାସ ଉତ୍ସବ ସମାପ୍ତି ହେବ । ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସ ଶେଷ ପାଞ୍ଚ ଦିନ ପଞ୍ଚୁକରେ ପଠନ କରାଯାଉଥିବା ଶରତ ରାସ ଉତ୍ସବ ପରମ୍ପରା ଆସ୍ତେ ଆସ୍ତେ ବନ୍ଦ ହୋଇଯିବାକୁ ବସିଥିବା ବେଳେ ବେଡାରୀ ଗ୍ରାମରେ ମୁରବୀ ମାନେ ଏହି ପରମ୍ପରାକୁ ଜାବୁଡି ଧରିବାର ଯେଉଁ ପ୍ରଚେଷ୍ଟା କରୁଛନ୍ତି ତାହା ପ୍ରଶଂସନୀୟ ।

ଗୌରାଙ୍ଗ ଚରଣ ସାହୁ, ପରୀକ୍ଷିତ ମହାରଣା, ଧ୍ରୁବ ଚରଣ ସାହୁ, ଗୋକୁଳାନନ୍ଦ ବେହେରା, ସୁରେନ୍ଦ୍ର ମହାରଣା, ପ୍ରତାପ ମହାରଣା,ଅକ୍ଷୟ ବେହେରା, ଲଳିତ ମୋହନ ସେଠୀ, କାଁହୁ ଚରଣ ବେହେରା ଙ୍କ ସମେତ ଅନେକ ମୁରବୀ ମାନେ ଏହି ଶରତ ରାସ ଉତ୍ସବରେ ସାମିଲ ହୋଇଛନ୍ତି । ଗ୍ରାମର ଶ୍ରୀ ଦଧିବାମନଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ମଧ୍ୟ ଶରତ ରାସ ଉତ୍ସବ ପାଠ ହେଉଛି । ଏତଦ ବ୍ୟତୀତ ମହୁରୀଆ ଦଣ୍ଡା ନରହରି ଭାଗବତ ଟୁଙ୍ଗି ରେ ମଧ୍ୟ ଶରତ ରାସ ପାଠ ହେଉଛି । ଏଠାରେ ଯଦୁମଣି ବେହେରା, ନରେଶ ମହାନ୍ତି, ପ୍ରଦୀପ ବେହେରା, ପ୍ରଫୁଲ ଦାଶ,କୈଳାସ ବାରିକ, ଦାମୋଦର ମଲ୍ଲ, ରବୀନ୍ଦ୍ର ସାହୁ ଅଶୋକ ସାହୁଙ୍କ ସମେତ ଅନେକ ଉଦ୍ୟୋକ୍ତାଙ୍କ ତତ୍ୱାବଧାନରେ ରାସ ଉତ୍ସବ ହେଉଛି ।

Leave a Reply

Your email address will not be published. Required fields are marked *