ସମୀର ମହାନ୍ତି କଳିଙ୍ଗ ନିପ୍ପନ ବୁଦ୍ଧ ସଂଘର ମୁଖ୍ୟ ପରାମର୍ଶଦାତା ଭାବରେ ମନୋନୀତ

ଭୁବନେଶ୍ୱର,୦୬/୦୭/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- କଳିଙ୍ଗ ନିପ୍ପନ ବୁଦ୍ଧ ସଂଘର ସଭାପତି ରେଭ. ତାକାହିରୋ ଓକୋନୋଜୀ ଶନିବାର ଓଡ଼ିଶା ଓଲିମ୍ପିକ୍ସ ସଂଘର ଅଧ୍ୟକ୍ଷ ଶ୍ରୀ ସମୀର ମହାନ୍ତିଙ୍କୁ କଳିଙ୍ଗ ନିପ୍ପନ ବୁଦ୍ଧ ସଂଘର ମୁଖ୍ୟ ପରାମର୍ଶଦାତା ଭାବରେ ନିଯୁକ୍ତ କରିଛନ୍ତି। ଏହା ସହିତ, ଶ୍ରୀ ହରି ପଟ୍ଟନାୟକ ଙ୍କୁ  ଉପ ସଭାପତି, ରେଭ. ଲିଉ କୁ ୟୁଙ୍ଗ ଙ୍କୁ ସାଧାରଣ ସମ୍ପାଦକ, ରେଭ. ତୋଶାଇକି ତାନାକା ଙ୍କୁ ସହାୟକ ସଚିବ ଏବଂ ଶ୍ରୀ ରବି ମହାରଣା ଙ୍କୁ ସଂଘ ର ବିକାଶ ସମନ୍ୱୟକାରୀ ଭାବରେ ନିଯୁକ୍ତ କରାଯାଇଛି , ଯାହାଦ୍ୱାରା ବୁଦ୍ଧ ସଂଘର କାର୍ଯ୍ୟକଳାପ ଅଧିକ କ୍ଷମତାଶୀଳ ହେବ।

ତା’ପୂର୍ବରୁ, ଓକିଲ ରାମକୃଷ୍ଣ ରଥଙ୍କୁ ଆଇନ ପରାମର୍ଶଦାତା ଭାବରେ ନିଯୁକ୍ତ କରାଯାଇଥିଲା ଏବଂ ବୁଦ୍ଧ ସଂଘର ନିର୍ବାହୀ ବୈଠକରେ କମିଟିକୁ ନବୀନତମ କରାଯାଇଥିଲା। କାଳିଙ୍ଗ ନିପ୍ପନ ବୁଦ୍ଧ ସଂଘ ଏବଂ ଜାପାନ ବୁଦ୍ଧ ସଂଘ ର ମିଳିତ ସହଯୋଗରେ  ଧଉଳିଗିରି ରେ ଶାନ୍ତି ସ୍ତୂପ ନିର୍ମାଣ କରିଥିଲେ, ଯାହା ପ୍ରସିଦ୍ଧ କଳିଙ୍ଗ ଯୁଦ୍ଧ ପରେ ଉତ୍ପନ୍ନ ଶାନ୍ତି ବାଣୀକୁ ସ୍ମରଣ କରେ।

ଏହି ସଂଘ ଗୋଟିଏ ଦୀର୍ଘ ସମୟ ଧରି ଗୌତମ ବୁଦ୍ଧଙ୍କ ଉପଦେଶ ପ୍ରଚାର କରି ଶାନ୍ତି ଏବଂ ଅହିଂସା ନିମିତ୍ତେ ବିଶ୍ୱରେ ଚେତନା ଜାଗ୍ରତ କରୁଛନ୍ତି।

Leave a Reply

Your email address will not be published. Required fields are marked *