ନୂଆ ଟିପିଲେଇ ଗ୍ରାମରେ କାର୍ତ୍ତିକେଶ୍ୱର ପୂଜା

ଭୁବନ,୦୪/୧୧/୨୦୨୫ (ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ନୂଆଟିପିଲେଇ ଗ୍ରାମରେ କାର୍ତ୍ତିକେଶ୍ୱର ପୂଜା ମହାଆରଡ଼ମ୍ବରେ ଅନୁଷ୍ଠିତ ହେଉଛି। ରବିବାର କଳସ ସ୍ଥାପନ କରାଯାଇ ସୋମବାର ଦିନ ରୀତି ଅନୁସାରେ ପୂଜା ଆରମ୍ଭ ହୋଇଛି ।

ପୂଜକ ଅଜୟ ମିଶ୍ରଙ୍କ ତତ୍ଵାବଧାନରେ ସନାତନ ସ୍ୱାଇଁ କର୍ତ୍ତା ସାଜି ପୂଜାକାର୍ଯ୍ୟ କରୁଛନ୍ତି। ପ୍ରତ୍ୟେହ ସନ୍ଧ୍ୟାରେ ସ୍ଥାନୀୟ କୁନି କୁନି କଳାକାରଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏଥି ସହିତ ଚାରିଦିନ ଧରି ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଛି। ପୂଜା କମିଟିର ତ୍ରିଲୋଚନ ଦଳେଇ, ଭୁବନ ମୋହନ ସାମଲ, ପ୍ରଶାନ୍ତ ସାମଲ,ଦଧିବାବନ ଦଳେଇ, ରଞ୍ଜନ ସାମଲ, ଅଦୈତ ଦଳେଇ, ସୁଶାନ୍ତ ବେହେରା, ନବଘନ ଦଳେଇ, ଚହନା ବେହେରା ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନା କରୁଛନ୍ତି।

Leave a Reply

Your email address will not be published. Required fields are marked *