ବ୍ୟବସାୟୀ ଗୌରାଙ୍ଗ ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, ୦୯/୧୦/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରର ବିଶିଷ୍ଟ ବ୍ୟବସାୟୀ, ଗୌରୀଶଙ୍କର ହୋଟେଲ ଓ ଗୌରୀଶଙ୍କର ବସର ମାଲିକ, ପୂର୍ବତନ କେନ୍ଦ୍ରାପଡା ଘରୋଇ ବସମାଲିକ ସଂଘର ସଭାପତି ତଥା ପୂର୍ବତନ କାଉନସିଲର ସ୍ୱର୍ଗତ ଗୌରାଙ୍ଗ ଚରଣ ପଣ୍ଡାଙ୍କ ଦ୍ୱାଦଶାହରେହୋଟେଲ ଗୌରୀଶଙ୍କରରେ ଏକ ସ୍ମୃତିଚାରଣ ସଭା ଗୁରୁବାର ଅନୁଷ୍ଠିତ ହୋଇଯାଇଛି ।

ଯୁବ ସଂଗଠକ ରାଜେଶ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ବିଧାୟକ ଧ୍ରୁବ ଚରଣ ସାହୁ, ପୂର୍ବତନ ବିଧାୟକ ଶଶୀଭୂଷଣ ବେହେରା,ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ପୂର୍ବତନ ବିଧାୟିକା ଡ.ସିପ୍ରା ମଲ୍ଲିକ, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ପିସିସି କୋଷାଧ୍ୟକ୍ଷ ଇଂ ସିଦ୍ଧାର୍ଥସ୍ୱରୂପ ଦାଶ, ଗିତାଞ୍ଜଳୀ ସେଠୀ, ଡ. ଚୈତନ୍ୟ ଚରଣ ପରିଡା, ସମାଜସେବୀ ପ୍ରଦୀପ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ସ୍ୱର୍ଗତ ପଣ୍ଡାଙ୍କ ସ୍ମୃତିଚାରଣ କରି ଗୌରାଙ୍ଗନାନା ଜଣେ ସଫଳ ବ୍ୟକ୍ତି ଥଲେ ବୋଲି କହିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ପୈାରନିର୍ବାହୀ ଅଧିକାରୀ ଅଜିତ ନାରାୟଣ ପ୍ରସାଦ ଗିରି, କେନ୍ଦ୍ରାପଡା ଏସଡିପିଓ ଜ୍ୟୋତିରଞ୍ଜନ ଗୌଡ, ସଦର ଥାନାଧିକାରୀ ଶୁଭେନ୍ଦୁ ସାହୁ, ଯୁବ ବିଜେଡି ସଭାପତି ରାଜେଶ ଦାସ, ଗୟାଧର ଧଳ, ରବି ସାମଲ, ପ୍ରଫୁଲ୍ଲ ଦାସ, ରଞ୍ଜିତ ସାହୁ, ସୁଶିଲ ସାମଲ, ବୈଷ୍ଣବ ଚରଣ ସ୍ୱାଇଁ, କରୁଣାକର ଦାସ, ସୌମେନ୍ଦ୍ର ପୃଷ୍ଟି,ହିଫଜୁର ରହେମାନ, ବ୍ରହ୍ମାନନ୍ଦ ତ୍ରିପାଠୀ, ଧିରେନ୍ଦ୍ର ବେହେରା, ରାଜକଶୋର ସାହୁ, ମୁକ୍ତାର ଖାଁ, ଆଲୋକ ସାହୁ, ପ୍ରଦୀପ ପ୍ରଧାନ, ଅରକ୍ଷିତ ସାମନ୍ତରାୟ, ପ୍ରଦୀପ ସାହୁ, ଶିବ ପ୍ରସାଦ ଭଳ, ଧିରେନ ସାହୁ, ସୁକାନ୍ତ ଦ୍ୱିବେଦୀ, ଫାଦର ନବକିଶୋର ଡୁଗଲ, ଧିରେନ ସାହୁ, ବିବେକାନନ୍ଦ ମହାରଣା, ରାଜେଶ ମହାନ୍ତି, ମନୋଜ ନାୟକ, ଅଜୟ ସାମଲ, କେନ୍ଦ୍ରାପଡା ପୌରସଂସ୍ଥାର ସମସ୍ତ କାଉନସିଲର, କେନ୍ଦ୍ରାପଡା ଓ କଟକ ଜିଲା ବସମାଲିକ ସଂଘର ସମସ୍ତ କର୍ମକର୍ତା, ପୁତ୍ର ଦେବାଶିଷ ଓ ପ୍ରଭାଶିଷ, ନାତି ଭବାନୀଶଙ୍କର, ଅନୁରୁପଗୌରବ, ଅଭିଜିତ ଗୌରବ, ସାଇରୂପଗୌରବ, ସତ୍ୟଜିତ ଗୌରବ, ପ୍ରଭୁଜିତ ଗୌରବ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ପଣ୍ଡାଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *