କେନ୍ଦ୍ରାପଡ଼ା,୩୧/୦୮/ ୨୦୨୬(ଓଡିଶା ସମାଚାର )ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ା ଶ୍ରୀ ବଳଦେବଜୀଉ ମନ୍ଦିର ବେଢା ମଧ୍ୟରେ ଥିବା କାଶୀ ବିଶ୍ୱନାଥ ମନ୍ଦିରସ୍ଥ ପ୍ରଭୁ ବଳରାମ ଓ ରଥଦାଣ୍ଡ ସ୍ଥିତ କୁଜଙ୍ଗ ସୁଭଦ୍ରା କ୍ଷେତ୍ରରୁ ଆସିଥିବା ରାକ୍ଷୀ ଲାଗି କରାଯାଇଛି.ପବିତ୍ର ଗହ୍ମା ଅଭିଷେକ ଶ୍ରୀ ବଳଦେବଜୀଉ ଙ୍କ ଜନ୍ମଦିନ ରକ୍ଷାବନ୍ଧନ ଅବସରରେ ଏହି ରାକ୍ଷୀ ଲାଗି କୁଜଙ୍ଗ ସୁଭଦ୍ରା କ୍ଷେତ୍ର ପୀଠ ଠାରୁ ପୂର୍ବରୁ ପ୍ରସ୍ତୁତ ହୋଇଥିଲା। 
ନିଖିଳ ଓଡିଶା ତୁଳସୀ ବଳରାମ ସାମାଜିକ ସାଂସ୍କୃତିକ ପରିଷଦର ସଭାପତି ଆଇନଜୀବୀ ନେପାଳ ପ୍ରକାଶ ସାମନ୍ତଙ୍କ ପ୍ରେରଣା ଅନୁସାରେ କୁଜଙ୍ଗଗଡ଼ ସୁଭଦ୍ରା କ୍ଷେତ୍ର ସହ ତୁଳସୀ କ୍ଷେତ୍ରର ବିଧିବଦ୍ଧ ଭାବେ ସଂଯୋଗ ରହିଛି। ସଂସ୍କୃତି ର ଏହି ମହାନ ପରମ୍ପରାକୁ ମଜବୁତ କରିବାକୁ ଯାଇ ଟ୍ରଷ୍ଟି ଶ୍ରୀ ରାଜେନ୍ଦ୍ର କୁମାର ବେହେରା ଓ ସଦସ୍ୟ ସର୍ବଶ୍ରୀ ପିତାମ୍ବର ରାଉତ, ବିଜୟ ଚନ୍ଦ୍ର ନାୟକ, ଅଶୋକ ବେହେରା, ବୁଲାରାମ ପରିଡା, ବିଷ୍ଣୁ ଚରଣ ପ୍ରଧାନ, ବାପୁନି ସାମଲଙ୍କ ପ୍ରୟାସ ଓ ସହଯୋଗରେ ଏହିକାର୍ଯ୍ୟ ବ୍ୟବସ୍ଥିତ ହୋଇଥିଲା।
କୁଜଙ୍ଗର ଯଜମାନ ଶ୍ରୀ ମିଟୁ ସୁଆର ଓ ବଳଦେବଜୀଉଙ୍କ ବରିଷ୍ଠ ସେବକ ଶ୍ରୀ ଗୌରାଙ୍ଗ ସୁଆର ପ୍ରଭୁ ବଳରାମ ଓ କାଶୀ ବିଶ୍ୱନାଥ ମନ୍ଦିରର ପୂଜକ ଶ୍ରୀ ଦିବାକର ପତ୍ରି ପ୍ରମୁଖ ରାକ୍ଷୀ ହସ୍ତାନ୍ତର କରିଥିଲେ।
