ସ୍ବାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ 

ଭୁବନ ୦୭/୦୮/୨୦୨୫ (ଓଡ଼ିଶା ସମାଚାର)-  ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସ୍ବାଧୀନତା ଦିବସ ପାଳନ ପାଇଁ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ପରିଷଦ ସଭା ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଭୁବନ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ (ମିନି ଷ୍ଟାଡିୟମ ) ଠାରେ ସକାଳ ୦୮:୩୦ ରେ ସ୍ଵାଧୀନତା ଦିବସ ପାଳନ କରାଯିବ ।

କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବେ ବୋଲି ନିଷ୍ପତ୍ତି ହୋଇଥିଲା। ଭୁବନ ଏନ୍ ଏ ସି ରେ ୨୮ ଟି ସରକାରୀ , ବେସରକାରୀ ,ସ୍କୁଲ ,କଲେଜ ର ବେଷ୍ଟ ଷ୍ଟୁଡେଣ୍ଟ୍ ଙ୍କୁ ସମ୍ମାନିତ କରାଯିବା ସହିତ ମାଟ୍ରିକ ଟପ୍ପର ଙ୍କ ସମ୍ବର୍ଦ୍ଧିତ କରାଯିବ । ସକାଳ ୮ ଘଟିକା ଠାରୁ ଦିବା ୧୧ ଘଟିକା ପର୍ଯ୍ୟନ୍ତ କାଳୀ ବଜାର ଠାରୁ ନୂଆ ବଜାର ( ବସ ଷ୍ଟାଣ୍ଡ) ଦେଇ ଗୋଡ଼ି ପୋଖରୀ ଛକ ମଧ୍ୟରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବାକୁ ନିଷ୍ପତ୍ତି ହୋଇଥିଲା ।

ଏହି ପ୍ରସ୍ତୁତି ବୈଠକରେ କାଉନସିଲର ଗିରିଧାରୀ ସାହୁ,ପପୁ କୁମାର ସାହୁ, ନରେନ୍ଦ୍ର ବେହେରା,ମନ ମୋହନ ସାହୁ, ସୁଶାନ୍ତ ନାୟକ,ମଞ୍ଜୁଲତା ସେଠୀ,ଉପାଧ୍ୟକ୍ଷା ମାନିନୀ ସାହୁ, କାଳୀ ବଜାର ସଭାପତି ସମୀର କୁମାର ସାହୁ,ନୂଆ ବଜାର କର୍ମକର୍ତ୍ତା ଅରୁଣ କୁମାର ସାହୁ,ଏନ୍ ଏ ସି କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ର ନାଥ ସାହୁ,ଶକ୍ତି ପ୍ରସାଦ ସାହୁ, ବିଦ୍ୟୁତ ବିଭାଗ ଆସିଷ୍ଟାଣ୍ଟ ମ୍ୟାନେଜର ନଳିନୀ ଶଙ୍କର ରଥ,ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ବିଶ୍ବାଳ ଓ ସମସ୍ତ ବିଦ୍ୟାଳୟ,ମହାବିଦ୍ୟାଳୟ ର ଶିକ୍ଷକ ମାନେ ଉପସ୍ଥିତ ଥିଲେ । ଶେଷରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲୋକନାଥ ବେଜ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *