କାହା ଦାୟିତ୍ବରେ ଅଛି ତଦାରଖ କାମ, ଜାଣି ପାରୁନାହାନ୍ତି ଲୋକେ , ମିଳୁନି ପିଇବା ପାଣି ଲୋକେ ହନ୍ତସନ୍ତ
ଜୁନାଗଡ଼ , ୩୧/୦୫/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ): କଳାହାଣ୍ଡି ଜିଲ୍ଲାରେ ବର୍ତ୍ତମାନ ପାରଦ ଉପରମୁହାଁ ହୋଇଛି । ଗ୍ରୀଷ୍ମପ୍ରବାହ ଯୋଗୁଁ ଜନଜୀବନ ଅସ୍ଥ୍ୟବ୍ୟସ୍ଥ ହୋଇପଡିଛି । ଲୋକେ ସକାଳ ୧୦ ଟାରୁ ଘରୁ ବାହାରକୁ ବାହାରି ପାରୁନାହାନ୍ତି । ଦିନ କୁ ଦିନ ପାରଦ ବୃଦ୍ଧି ପାଉଥିବା ବେଳେ ପାଣି ପାଇଁ ଲୋକେ ହାହାକାର ହେଉଛନ୍ତି । ଅନେକ ନଳକୂପ ସୌରଚାଳିତ ନଳକୂପ ଖରାପ ହୋଇପଡିଥିବା ବେଳେ ପ୍ରଶାସନ ଏଠି ସୋଇପଡ଼ିଛି । ଗୋଟିଏ ପଟେ ଲୋକେ ପାଣି ପାଇଁ ତ୍ରାହି ତ୍ରାହି ଡାକୁଥିବାବେଳେ ବିଭାଗୀୟ ଅଧିକାରୀମାନେ ନଳକୂପ ମରାମତି ନ କରି ଏସି ରୁମରେ ବସିବା ଘଟଣା ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ,କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ୩୪ ଟି ପଞ୍ଚାୟତ ରେ ୭୦ ଟି ସୌରଚଳିତ ନଳକୁପ ଅଛି । ସେଥି ମଧ୍ୟରୁ ପ୍ରାୟ ୧୦ ଟି ସୌରଚାଳିତ ନଳକୁପ ଖରାପ ଥିବା ନେଇ ବିଭାଗୀୟ ଯନ୍ତ୍ରୀଙ୍କ ଠାରୁ ପ୍ରକାଶ । ଏହି ପରିପ୍ରେକ୍ଷୀରେ ତାଳପଦର, ଖସିଗୁଡ଼ା, ଝାରବନ୍ଧ ସମେତ ୧୦ ଟି ନଳକୁପ ଅଚଳ ଥିବା ଜଣାପଡ଼ିଛି । ଅନେକ ପଂଚାୟତରେ ଲୋକଙ୍କ ସୁବିଧା ପାଇଁ ଲକ୍ଷ ଲକ୍ଷ ଟଙ୍କାରେ ସୌରଚାଳିତ ନଳକୂପ ଓ ଅମୃତ ଧାରା ନିର୍ମାଣ କରାଯାଇଥିଲା । ଯାହା ଫଳରେ ଲୋକେ ପାନୀୟ ଜଳ ଠିକ ଭାବରେ ପାଇପାରିବେ ବୋଲି ଏହି ସୌରଚାଳିତ ନଳକୂପ ଓ ଅମୃତ ଧାରାର ବ୍ୟବସ୍ଥା କରାଯାଇଛି । ଏହି ସୌରଚାଳିତ ନଳକୂପ ଓ ଅମୃତ ଧାରା ଜୁନାଗଡ଼ ବ୍ଲକର ଅନେକ ପଂଚାୟତରେ ନିର୍ମାଣ ହୋଇଛି ।ହେଲେ ନିର୍ମାଣ ର କିଛି ମାସ ପରେ କିଛି ସ୍ଥାନରେ କାଁ ଭାଁ ଚାଲୁଥିବା ବେଳେ କିଛି ସ୍ଥାନରେ ପ୍ରାୟ ସମ୍ପୂର୍ଣ୍ଣ ଅଚଳାବସ୍ଥା ଦେଖିବାକୁ ମିଳିଛି ।ରାଜ୍ୟ ସରକାର ଜନସାଧାରଣଙ୍କ ସୁବିଧା ପାଇଁ ଲକ୍ଷ ଲକ୍ଷ ଟଙ୍କାରେ ଏହି ସୌରଚାଳିତ ନଳକୂପ ନିର୍ମାଣ କରାଯାଇଥିଲା । ଯାହାକି ଜନସାଧାରଣ ଙ୍କ କାମରେ ଆସିପାରିଲା ନାହିଁ । ବର୍ତ୍ତମାନ ଟାଣ ଖରାରେ ଲୋକେ ପାଣି ଟିକେ ପାଇ ପାରୁ ନାହାନ୍ତି । ଲୋକଙ୍କ କହିବାନୁଯାୟୀ ସୌରଚାଳିତ ନଳକୂପ ଓ ଅମୃତ ଧାରା ଅଚଳ ହେଲେ ଏହାର ମରାମତି ବିଭାଗ ପକ୍ଷରୁ କରାଯାଉ ନାହିଁ । ଯାହା ଫଳରେ ଲୋକେ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି ।ଏଣୁ ବିଭାଗ ପକ୍ଷରୁ ଜୁନାଗଡ଼ ବ୍ଲକରେ ଅଚଳ ହୋଇଥିବା ସୌରଚାଳିତ ନଳକୂପ ଓ ଅମୃତ ଧାରା ନିର୍ମାଣର ତଦନ୍ତ କରି ପୁନର୍ବାର ଏହାର ମରାମତି କରି ଲୋକଙ୍କୁ ପାନୀୟ ଜଳଯୋଗାଣ ଵ୍ୟଵସ୍ଥା କରିବା ପାଇଁ ବିଭାଗ ଦୃଷ୍ଟି ଦେବାକୁ ଲୋକେ ଦାବି କରିଛନ୍ତି ।