କଟକ ସଦର, ୧୭/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ବିଶ୍ୱ।ଳପଡା ଠାରେ ଥିବା ମଣ୍ଟେସୋରୀ ଆଗ୍ରୋଟେକ ପରିସରରେ ଦେଵ ଶିଳ୍ପୀ ବିଶ୍ୱକର୍ମା ଙ୍କ ପୂଜା ଆଜି ବୁଧବାର ଦିନ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ନିର୍ଦେଶକ ବିଦ୍ୟୁତ୍ ବିଭାଗ ର ପୂର୍ବତନ ସିଇଓ ଇଂ ବଟକୃଷ୍ଣ ଲେଙ୍କା, ପରିଚାଳନା ନିର୍ଦ୍ଦେଶକ ଇଂ ମାନସ କୁମାର ଲେଙ୍କା, କଟକ ସଦର ଵିଚାର ମଞ୍ଚ ସଭାପତି ବରିଷ୍ଠ
ସାମ୍ବାଦିକ ବିଷ୍ଣୁ ଚରଣ ବେହେରା, ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ବଡ଼ଭାଇ ପ୍ରଭାସ ଚନ୍ଦ୍ର ସେଠୀ ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଯୋଗଦେଇ ଦେବ ଶିଳ୍ପୀଙ୍କୁ ପୁଷ୍ପାଞ୍ଜଳି ଦେଇ ଆଶ୍ରିର୍ଵାଦ ଭିକ୍ଷା କରିଥିଲେ।
ପରିଚାଳନା ରେ ବିକାଶ କୁମାର ଭୋଇ, ପୂଜାରାଣି ବସ୍ତିଆ, କ୍ଷିରୋଦ କୁମାର ବେହେରା ପ୍ରମୁଖ ସହାୟତା କରିଥିଲେ। ସେହିପରି ୪୨ ମୈ।ଜା କଦମ୍ଵେଶ୍ୱର ଠାରେ ଅଟୋ ଆସୋସିଏସନ୍ ପକ୍ଷରୁ ଅନୁଷ୍ଠିତ ବିଶ୍ୱକର୍ମା ପୂଜା ରେ ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ ର ସଭାପତି ଶିକ୍ଷାବିତ ପ୍ରଫେସର ମନୋଜ ନାୟକ ଯୋଗ ଦେଇ ସମସ୍ତ ଙ୍କର ଶୁଭକାମନା କରିବା ସହିତ ଆଶ୍ରିର୍ଵାଦ ଭିକ୍ଷା କରିଥିଲେ ।
