Breaking News :ରାତି ଅଧରେ ରାଜଧାନୀର ୨ଟି ସ୍ଥାନରେ ବୋମା ମାଡ଼, ମୃତାହତ କ୍ଷୟ କ୍ଷତି ଶୂନ୍ୟ

ଭୁବନେଶ୍ବର,୧୭/୦୯/୨୦୨୫ (ଓଡ଼ିଶା ସମାଚାର)- ଆଗକୁ ବିଧାନସଭା ମୌସୁମୀ ଅଧିବେଶନ୍ । ତା ପଛକୁ ପଛ ପାର୍ବଣ ପରେ ପାର୍ବଣ । କମିସନରେଟ୍ ପୁଲିସ ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ଜୋର୍ଦାର ପ୍ରସ୍ତୁତି ଚଳାଇଛି। ହେଲେ ଅପରାଧୀଙ୍କୁ କିଛି ତଫାତ୍  ପଡ଼ୁନି। ଗତକାଲି ମଙ୍ଗଳବାର ବିଳମ୍ବିତ ରାତିରେ ରାଜଧାନୀ ରେ ବୋମାମାଡ଼ କରି ପୁଲିସକୁ ଖୋଲା ଚ୍ୟାଲେଞ୍ଜ୍ ଦେଇଛନ୍ତି ଦୁର୍ବୃତ୍ତ।

ରାତି ଅଧରେ ବଡ଼ଗଡ଼ ଓ କ୍ୟାପିଟାଲ୍ ଥାନା ଅଞ୍ଚଳରେ ଘନଘନ ବୋମାମାଡ଼ ହୋଇଛି। ୨ଟି ବାଇକ୍  ରେ ଥିବା ୬ଜଣ ଦୁର୍ବୃତ୍ତ ଦୁଇ ଦୁଇଟି ଜାଗାରେ ବୋମାମାଡ଼ କରି ଅନାୟାସରେ ଫେରାର ହୋଇଯାଇଛନ୍ତି। ଏହି ବୋମାମାଡ଼ରେ କିଛି ଧନଜବୀନ କ୍ଷତି ହୋଇନଥିଲେ ହେଁ ସାଧାରଣରେ ଆତଙ୍କ ଖେଳିଯାଇଛି। ଦୁଇ ଥାନାର ପୁଲିସ ସିସିଟିଭି ଯାଞ୍ଚ କରି ଦୁର୍ବୃତ୍ତମାନଙ୍କୁ ଠାବ କରିବାକୁ ଉଦ୍ୟମ ଚଳାଇଛନ୍ତି।

 

Leave a Reply

Your email address will not be published. Required fields are marked *