ସୁଶାନ୍ତ ତରାଇଙ୍କୁ ବିପନ୍ନବନ୍ଧୁ ରତ୍ନ ସମ୍ମାନ

କେନ୍ଦ୍ରାପଡ଼ା,୨୦/୦୪/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲାର ଆଳି ବ୍ଲକ ଅନ୍ତର୍ଗତ ଅରୋହିକଣା ଗ୍ରାମର ସମାଜସେବୀ ସୁଶାନ୍ତ କୁମାର ତରାଇଙ୍କୁ କଳିଙ୍ଗ ସଡକ ବିପନ୍ନ ବନ୍ଧୁ ରତ୍ନ ସମ୍ମାନ-୨୦୨୫ ରେ ସମ୍ମାନିତ କରାଯାଇଛି ।

ଏହି ଉପଲକ୍ଷେ ରାଷ୍ଟ୍ରୀୟ ପୂଜ୍ୟପୂଜା ପରିଷଦ, କଟକ ପକ୍ଷରୁ ଶ୍ରୀରାମଚନ୍ଦ୍ର ଭବନ ପରିସରରେ ସଭାପତି ବରିଷ୍ଠ ସାମ୍ବାଦିକ ଡକ୍ଟର ସତ୍ୟ ରାୟଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ପ୍ରାକ୍ତନ ପୋଲିସ ଆଇ.ଜି. ରାଜକିଶୋର ଦାଶ ମୁଖ୍ୟଅତିଥି, ବିଶିଷ୍ଟ ସାରସ୍ୱତ ସାଧକ ଡ. ବାବାଜୀ ଚରଣ ପଟ୍ଟନାୟକ ବରେଣ୍ୟ ଅତିଥି, ମୁଖ୍ୟବକ୍ତା ଭାବେ ଉତ୍କଳ ସାହିତ୍ୟ ସମାଜର ପାଠାଗାର ସମ୍ପାଦକ ବ୍ରହ୍ମାନନ୍ଦ ବିଶ୍ୱାଳ ଓ ସମ୍ମାନୀତ ଅତିଥି ଭାବେ ସଂସଦର ସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ଦାସ ପ୍ରମୁଖ ଯୋଗଦେଇ ସମାଜସେବୀ ଶ୍ରୀ ତରାଇଙ୍କୁ ମାନପତ୍ର, ପୁଷ୍ପଗୁଛ ଓ ଉତରୀୟ ପ୍ରଦାନ ପୂର୍ବକ କଳିଙ୍ଗ ସଡକ ବିପନ୍ନ ବନ୍ଧୁ ରତ୍ନ ସମ୍ମାନ-୨୦୨୫ ରେ ସମ୍ମାନିତ କରିଥିଲେ ।

ଏହି ସମ୍ମାନ ପାଇବା ପରେ ଶ୍ରୀ ତରାଇଙ୍କୁ ବିଭିନ୍ନ ସ୍ଥାନରୁ ପ୍ରଶଂସାର ସୁଅ ଛୁଟିଛି ।

Leave a Reply

Your email address will not be published. Required fields are marked *