କଟକ ସଦର, ୧୪/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରାଜ୍ୟର ବହୁଚର୍ଚ୍ଚିତ ବାଲିଅନ୍ତା ସୈ।ମ୍ୟରଞ୍ଜନ ସ୍ୱାଇଁ ସଂଘବଦ୍ଧ ଵର୍ଵର ହତ୍ୟା ମାମଲାକୁ ନେଇ ସାରା ରାଜ୍ୟ ହୁଲସ୍ତୁଲ ହେଉଥିବା ବେଳେ କ୍ରାଇମବ୍ରାଞ୍ଚ ତାର ସଫଳତାର ସହ କାର୍ଯ୍ୟ କରୁଥିବା ଜଣାପଡିଛି। ଉକ୍ତ ଘଟଣାରେ କମିଶନରେଟ୍ ବାଲିଅନ୍ତା ପୋଲିସ ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିସାରିଥିବା ବେଳେ ଦାୟିତ୍ଵ ନେବା ପରେ କ୍ରାଇମବ୍ରାଞ୍ଚ ଜନୈକ ଅଭିଯୁକ୍ତ ବଣ୍ଟି ଓରଫ ଯୁଧିଷ୍ଠିର ଜେନା କୁ ଗିରଫ କରିସାରିଛି।
ହେଲେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଚିନୁ ଓରଫ ରଞ୍ଜିତ ପାତ୍ରକୁ ବିଭିନ୍ନ ବୈଷୟିକ ଜ୍ଞାନ କୌଶଳ ଓ ବୈଜ୍ଞାନିକ ଧାରାରେ କଟକ ସଦର ଥାନା ଅଞ୍ଚଳରୁ ଆଜି ଗୁରୁବାର ଦିନ କ୍ରାଇମବ୍ରାଞ୍ଚ ଗିରଫ କରିଥିବା ଜଣାପଡ଼ିଛି। ଅଭିଯୋଗ ଅନୁଯାୟୀ ମୁଖ୍ୟ ଅଭିଯୁକ୍ତ ରଞ୍ଜିତ ଘଟଣା ଦିନ ସୈ।ମ୍ୟରଞ୍ଜନଙ୍କୁ ଅମାନୁଷିକ ଭାବେ ବାଡେଇବା ସହିତ ନିସ୍ତେଜ ହୋଇ ପଡ଼ି ରହିଲା ପରେ ବି ସୈ।ମ୍ୟରଞ୍ଜନଙ୍କୁ ହାତଗୋଡ଼ ବାନ୍ଧି ନିର୍ମମ ଭାବେ ଵାଡେଇଥିଵା ଜଣାପଡିଛି। ଏଥିରେ ସମ୍ପୃକ୍ତ ଥିବା ଅନେକ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଚିହ୍ନଟ କରିସାରିଥିବା ବେଳେ ଯଥାଶୀଘ୍ର ୧୨ ଜଣଙ୍କୁ ଗିରଫ କରାଯିବା ସମ୍ଭାବନା ରହିଛି। ସୂଚନାଯୋଗ୍ୟ ଯେ ବର୍ତ୍ତମାନ ସୁଦ୍ଧା ମୋଟ ୧୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।
