ମାହାଙ୍ଗା,୦୪/୧୨/୨୦୨୫ ( ଓଡିଶା ସମାଚାର/ ଅଭୟ ଜେନା) – ଅନନ୍ୟ ଆଦର୍ଶରେ ଅନୁପ୍ରାଣିତ ସମାଜସେବୀ,ବୈଷୟିକ ଜ୍ଞାନ କୌଶଳ ଦିଗରେ ଉଚ୍ଚ ସ୍ତରୀୟ ଗବେଷକ,ବିଶିଷ୍ଟ ପରିବେଶବିତ୍ ତଥା ମାହାଙ୍ଗା ମାଟିର ସୁପୁତ୍ର ଡକ୍ଟର ଅମରେନ୍ଦ୍ର ମହାନ୍ତି ଜୀ ଓ ତାଙ୍କ ସଂଗଠନ ଆମ ମାହାଙ୍ଗା । ଏହି ସଂଗଠନ ତାର ନିଃସ୍ୱାର୍ଥପର ସେବା ପାଇଁ ମାହାଙ୍ଗା ସହ ସାରା ରାଜ୍ୟରେ ଏବଂ ଓଡ଼ିଶା ବାହାରେ ମଧ୍ୟ ରହିଛି ଉଚ୍ଚ ପ୍ରଶଂସା ସମ୍ମାନ ।
ସ୍ୱଚ୍ଛ,ସବୁଜ,ସଂସ୍କୃତି,ସ୍ୱାଭିମାନ ଓ ସ୍ବାବଲମ୍ବୀ ଉପରେ ଆଧାରିତ ଅନେକ କାର୍ଯ୍ୟକ୍ରମକୁ ନେଇ ସମାଜରେ ଏକ ବୈପ୍ଳବିକ ଆନ୍ଦୋଳନ ଚଳାଇଛନ୍ତି ଏହି ସଙ୍ଗଠନର ସ୍ୱେଚ୍ଛାସେବୀ ବର୍ଗ । ସଙ୍ଗଠନର ସୁସ୍ଥ ପରିବେଶ,ସବୁଜ ବଳୟ ସୃଷ୍ଟି ଅଭିଯାନ ସମାଜ ପାଇଁ ଏକ ବିରାଟ ପରିବର୍ତ୍ତନ ଯାହାକି ଜନ ଜାଗରଣର ଅନୁପମ ସ୍ଵର ଓ ସ୍ୱାକ୍ଷର ବହନ କରେ । ଅସହାୟ ଲୋକମାନଙ୍କ ସେଵା,କର୍କଟ ରୋଗୀଙ୍କୁ ସେବା ସହଯୋଗ,ରକ୍ତଦାନ ଶିବିର,ଅଙ୍ଗଦାନ ସଚେତନତା, ସଫେଇ କାର୍ଯ୍ୟ,କଳା ସାହିତ୍ୟ ସଂସ୍କୃତି ସୁରକ୍ଷା,ଶିକ୍ଷାଦାନ,ଜଳଛତ୍ର ଆଦି ବହୁବିଧ ଜନ ହିତକର କାର୍ଯ୍ୟରେ ବ୍ରତୀ ।
