କଟକ ସଦର, ୧୭/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ମା’ ପାଇଁ ଗଛଟିଏ,’ଏକ ପେଡ୍ ମା’ କେ ନାମ ୨.୦ ଅଭିଯାନ’ ରେ ପରିବେଶ ପ୍ରକୃତି ଧରିତ୍ରୀ ମା’ର ସୁରକ୍ଷା ପାଇଁ ଆଜି ବୁଧବାର ସାରା ରାଜ୍ୟରେ ସରକାରୀ ଭାବେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ପରିପ୍ରେକ୍ଷୀରେ କଟକ ସଦର ବ୍ଲକ ର ୨୩ ଟି, ନିଶ୍ଚିନ୍ତକୋଇଲି ବ୍ଲକ ର ୧୪ ଟି ଓ ସିଏମସି ର ୬ ଗୋଟି ୱ।ର୍ଡ ସହିତ ନିର୍ବାଚନ ମଣ୍ଡଳୀର ସମସ୍ତ ବିଦ୍ୟାଳୟ ମାନଙ୍କରେ ଚାରା ରୋପଣ କରାଯାଇଥିବା ଜଣାପଡିଛି। ଏଥିପାଇଁ ଧରିଣା ପଞ୍ଚାୟତ ର ପାରାଵିଲ ଖେଳ ପଡିଆ ଚତୃପାର୍ଶ୍ୱରେ ସରପଂଚ ରତ୍ନାକର ରାଉତଙ୍କ ତତ୍ତ୍ୱାବଧାନରେ ଚାରା ରୋପଣ କରାଯାଇଥିଲା ।
ଏଥିରେ ଉକ୍ତ ପଞ୍ଚାୟତର ଦୁଇ ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା ଓ ସର୍ବେଶ୍ଵର ମିଶ୍ର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପିଇଓ ନିବେଦିତା ପଣ୍ଡା ଙ୍କ ସମେତ ବିଶ୍ୱଜିତ୍ ଵାଡି, ବିଶ୍ୱଜିତ୍ ଶତପଥୀ, ପ୍ରତାପ ରାଉତରାୟ ପ୍ରମୁଖ ଶତାଧିକ ଗ୍ରାମବାସୀ ଯୋଗଦେଇଥିଲେ। ସେହିପରି ଆୟତପୁର ପଞ୍ଚାୟତର ମହାନଦୀ ପଠା ମାହାଳ ତୋଟା ଠାରେ ସରପଂଚ ରାକେଶ ବେହେରା ଙ୍କ ତତ୍ତ୍ୱାବଧାନରେ ଚାରା ରୋପଣ କରାଯାଇଥିଲା। ଏଥିରେ ପିଇଓ ଶିବପ୍ରସାଦ ଦାଶ ଙ୍କ ସମେତ ବହୁ ବ୍ୟକ୍ତିବିଶେଷ ଯୋଗଦେଇଥିଲେ। ସେହିପରି କିଶନନଗର ପଞ୍ଚାୟତର ଗିରିକ୍ରୋଟ ଠାରେ ସରପଂଚ ସୁଜାତା ସେଠୀ ଙ୍କ ତତ୍ତ୍ୱାବଧାନରେ ଚାରା ରୋପଣ କରାଯାଇଥିଲା। ଏଥିରେ ପିଇଓ ଦେବରାଜ ଦାଶ ଙ୍କ ସହିତ ଅନେକ ଲୋକ ସାମିଲ ହୋଇଥିଲେ।
ସେହିପରି ପ୍ରହରାଜପୁର ପଞ୍ଚାୟତ ରେ ସରପଂଚ ଅବଦୁଲ ୱ।ସିଦ୍ଧ ଖାଁ ନେତୃତ୍ଵରେ ଚାରା ରୋପଣ କରାଯାଇଥିଲା। ଏଥିରେ ପିଇଓ ଦିପିକା ରାଉତ ଯୋଗ ଦେଇଥିଲେ। ସେହିପରି ପରମହଂସ ପଞ୍ଚାୟତ ର ରଘୁନାଥପୁର ମୁର୍କୁଟି ହୁଡା ଠାରେ ସରପଂଚ ଅଶୋକ ପାତ୍ର ଙ୍କ ସହିତ ପିଇଓ ଅର୍ଚ୍ଚନା ବେହେରା ଚାରା ରୋପଣ କରିଥିଲେ। ସେହିପରି ଵୈୟାଳିସ ମୌଜା ଝାରକଟା ଠାରେ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଙ୍କ ସହିତ ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ, ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ,ଵିଡିଓ ପ୍ରତୀକ ସାହୁ ପ୍ରମୁଖ ଯୋଗ ଦେଇ ଚାରା ରୋପଣ କରିଥିଲେ। ସୂଚନାଯୋଗ୍ୟ ଯେ ପ୍ରତ୍ୟେକ ବିଦ୍ୟାଳୟ ରେ ଚାରା ରୋପଣ ପାଇଁ ସକାଳୁଆ ସ୍କୁଲ କରିବାକୁ ସରକାର ଘୋଷଣା କରିଥିଲେ। ସଦର ବ୍ଲକ ର ଅନେକ ସ୍କୁଲ ୧୦ ଟାରୁ ୪ ପର୍ଯ୍ୟନ୍ତ ଖୋଲା ରହିଥିବା ବେଳେ ଚାରା ରୋପଣ ସେଠାରେ ହୋଇନଥିବା ଜଣାପଡିଛି। ଏଭଳି ବ୍ୟତିକ୍ରମ ପାଇଁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।
