ଶକୁନ୍ତଳା ମହିଳା ଉଦ୍ୟାନରେ ବୃକ୍ଷରୋପଣ

କଟକ,୦୮/୦୯/୨୦୨୫(ଓଡ଼ିଶା ସମାଚାର)- ପରିବେଶ ସୁରକ୍ଷାର ସନ୍ଦେଶ ସହ ଲୋକସେବା ପକ୍ଷରୁ କଟକର ଶକୁନ୍ତଳା ମହିଳା ଉଦ୍ୟାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଠାରେ ମୋଟ ୨୩ଟି ଗଛ ଲଗାଯାଇଥିଲା । ପ୍ରତି ରବିବାର ବିଭିନ୍ନ ପାର୍କରେ ବୃକ୍ଷରୋପଣ କରି ସମାଜରେ ପରିବେଶ ସଚେତନତା ସୃଷ୍ଟି କରୁଛି ଓ ପାର୍କକୁ ଆସୁଥିବା ଲୋକମାନଙ୍କୁ ଗଛ ଲଗାଇବା ପାଇଁ ପ୍ରୋତ୍ସାହିତ କରୁଛି ସଂଗଠନ । ଏହି କାର୍ଯ୍ୟକ୍ରମରେ ଜୟଶ୍ରୀ ସାହୁ, ପ୍ରୀତବାସ ସାହୁ, ଶୁଭ୍ରଜିତ ସ୍ୱାଇଁ, କରିସ୍ମା ବେଉରା, ମନୋରମା ନାୟକ, ଅବିନାଶ ନାୟକ ପ୍ରମୁଖ ସକ୍ରିୟ ଭାବରେ ଯୋଗ ଦେଇଥିଲେ । ପାର୍କର କର୍ମଚାରୀମାନେ ସାହାଯ୍ୟ ଓ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *