ନେମାଳ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟ ରେ ଏଡ୍ସ ସଚେତନତା କାର୍ଯ୍ୟକ୍ରମ

ନେମାଳ, ୨୫/୦୯/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା )କଟକ ଜିଲ୍ଲା ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟ ରେ ଏଡ୍ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶଙ୍କର ପ୍ରସାଦ ନାୟକ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ମେଡ଼ିସିନ ସ୍ପେସାଲିଷ୍ଟ ଡାକ୍ତର କମଳ ପ୍ରଧାନ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ଏଡ୍ସ ର ଭୟାବହତା ସମ୍ପର୍କ ରେ ସଚେତନ କରାଇଥିଲେ  । ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ତଥା ଯୁକ୍ତ ତିନି ବିଭାଗ ୱାଇ ଆର ସି କାଉନ୍ସଲର ଡ଼. ଚିତ୍ତରଞ୍ଜନ ଜେନା ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । 

କାର୍ଯ୍ୟକ୍ରମ ରେ ଅର୍ଥନୀତି ବିଭାଗ ମୁଖ୍ୟ ପ୍ରାଧ୍ୟାପକ ପ୍ରଫୁଲ୍ଲ କୁମାର ଲେଙ୍କା,ଇଂରାଜୀ ବିଭାଗ ମୁଖ୍ୟ ସୁଧାଂଶୁ ଶେଖର ସ୍ୱାଇଁ,ଅଧ୍ୟାପକ ସୂର୍ଯ୍ୟକାନ୍ତ ଥାପ୍ପା, ଅଧ୍ୟାପକ ଡ଼.ବିନୟ କୁମାର ଦାସ, ଅଧ୍ୟାପକ ସୁଶାନ୍ତ କୁମାର ସାହୁ,ଅଧ୍ୟାପିକା ସାସ୍ୱତୀ ସୌମ୍ୟା ଲେଙ୍କା,ଅଧ୍ୟାପିକା ଶୁଚିସ୍ମିତା ପ୍ରିୟଦର୍ଶିନୀ ପ୍ରମୁଖ ଯୋଗ ଦେଇଥିଲେ  । ଛାତ୍ର ଛାତ୍ରୀ ମାନେ ଏଡ୍ସ ସଚେତନତା ଉପରେ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ । ଏଥି ନେଇ ହୋଇଥିବା ପ୍ରତିଯୋଗିତା ରେ କୃତୀ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା । ଯୁକ୍ତ ଦୁଇ ବିଭାଗ ୱା ଇ ଆର ସି କାଉନ୍ସଲର ଶୁଚିସ୍ମିତା ରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *