ଜିଲ୍ଲା ସ୍ତରୀୟ ଇଂରାଜୀ ଭାଷା ସମୃଦ୍ଧି ପାଠ୍ୟକ୍ରମ ପ୍ରଶିକ୍ଷଣ ଶିବିର ଉଦଯାପିତ

ଯାଜପୁର, ୨୫/୦୯/୨୦୨୬ (ଓଡ଼ିଶା ସମାଚାର)-ରାଜ୍ୟ ଭାଷା ଓ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଓଡିଶା, ଭୁବନେଶ୍ୱର ଆନୁକୂଲ୍ୟରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଯାଜପୁର ଦ୍ଵାରା ଜିଲ୍ଲା ସ୍ତରୀୟ ଇଂରାଜୀ ଭାଷା ସମୃଦ୍ଧି ପାଠ୍ୟକ୍ରମ ପ୍ରଶିକ୍ଷଣ ଶିବିର-୨୦୨୬ ମୁନସିପାଲ ସରକାରୀ ଉଚ୍ଚ ବିଦ୍ୟାଳୟ, ଯାଜପୁର ଠାରେ ତା ୨୧. ୦୯.୨୦୨୬ ରିଖରେ ଉଦଘାଟିତ ହୋଇଥିଲା ।

ଏହି ଉଦଘାଟନୀ ସଭାରେ  ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଚିତ୍ତରଞ୍ଜନ ସେଠି ସଭାପତୀତ୍ୱ କରିଥିଲାବେଳେ, ମୁଖ୍ୟ ଅତିଥି ରୂପେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ କୁମାରସେନ ସେନାପତି, ମୁଖ୍ୟ ବକ୍ତା ତଥା ପ୍ରଶିକ୍ଷଣର ରାଜ୍ୟ ପର୍ଯ୍ୟବକ୍ଷକ ଶ୍ରୀ ଜୟନ୍ତ କୁମାର ଦାସ, ଦୁଇ ମୁଖ୍ୟ ପ୍ରଶିକ୍ଷକ (କେ ଆର ପି) ଶ୍ରୀ ହିମାଂଶୁ ଭୂଷଣ ଜେନା ଓ  ଶ୍ରୀ ତାରିଣୀ ପ୍ରସାଦ ପୁହାଣଙ୍କ ସହ ଚାରି ଜଣ ସହ ପ୍ରଶିକ୍ଷକ (ମେଣ୍ଟର) ଆନନ୍ଦ ଚନ୍ଦ୍ର ସାହୁ, ଲଲାଟେନ୍ଦୁ ମହଲ, ନୀଳମଣି ରାଉତ ଓ ସରୋଜ କୁମାର ରଣା  ଯୋଗଦାନ କରିଥିଲେ ।

ଜିଲ୍ଲାର ୧୦ ଟି ବ୍ଲକରୁ ୬ ଜଣ ଲେଖାଏଁ ମୋଟ ୬୦ ଜଣ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ ପ୍ରଶିକ୍ଷାର୍ଥୀ ରୂପେ ପ୍ରଶିକ୍ଷଣ ନେଇଥିଲେ । ପାଞ୍ଚ ଦିନ ଧରି ଚାଲିଥିବା ଏହି ପ୍ରଶିକ୍ଷଣରେ ୩୦ ଜଣ ଲେଖାଏଁ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ନେଇ ଦୁଇଟି ଗ୍ରୁପ କରି ପ୍ରଶିକ୍ଷଣ ଦିଆଯାଇଥିଲା । ପ୍ରାଥମିକ ସ୍ତରରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କର ମୌଳିକ ଶିକ୍ଷାର ଉର୍ନତ୍ତୀକରଣ ସହ ପଢିବା, ଲେଖିବା ଓ ଇଂରାଜୀ କହିବାର କୌଶଳମାନ ପ୍ରଶିକ୍ଷାର୍ଥୀମାନଙ୍କୁ ବିଭିନ୍ନ କ୍ରିୟା କଳାପ ମାଧ୍ୟମରେ ପ୍ରଶିକ୍ଷଣ ଦିଆ ଯାଇଥିଲା । ପ୍ରଶିକ୍ଷଣର ଶେଷ ଦିନ ତଥା ତା ୨୫.୦୯.୨୦୨୬ ରିଖ ଅପରାହ୍ନରେ ଏକ ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଯାଜପୁର ବ୍ଲକର ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଶ୍ରୀ ବଳରାମ ପତି, ଜିଲ୍ଲା ବିଜ୍ଞାନ ନିରୀକ୍ଷକ, ରାଜ୍ୟ ପର୍ଯ୍ୟବେକ୍ଷକ, ସମସ୍ତ ପ୍ରଶିକ୍ଷକ, ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଯୋଗଦାନ କରି ପ୍ରଶିକ୍ଷଣର ମହତ୍ତ୍ୱ ତଥା ଏହାର ସଫଳ ରୂପାୟନ ପାଇଁ ମାର୍ଗଦର୍ଶନ ଦେବା ସହ ପ୍ରଶିକ୍ଷାର୍ଥୀ ମାନଙ୍କୁ ଛାତ୍ର ଛାତ୍ରୀମାନଙ୍କର ଭବିଷ୍ୟତ ଗଢିବାରେ ଜଣେ ଜଣେ ଦ୍ରୋଣାଚାର୍ଯ୍ୟ ପରି ଗୁରୁ ହେବାକୁ ପରାମର୍ଶ ଦେଇଥିଲେ ।

ସେମାନେ ଏଠାରେ ଯାହା ସବୁ ଶିଖିଲେ ପିଲାମାନଙ୍କର ଶୈକ୍ଷିକ ବିକାଶରେ ତାହା ଯେପରି କାର୍ଯ୍ୟକାରି କରିବେ ସମସ୍ତଙ୍କୁ ନିବେଦନ ରଖିଥିଲେ । ପ୍ରଶିକ୍ଷାର୍ଥୀମାନେ ମଧ୍ୟ ଏହି ପ୍ରଶିକ୍ଷଣର ଗୁରତ୍ୱ ଓ ନିଜସ୍ୱ ଅନୁଭୂତିମାନ ଉପସ୍ଥାପନ କରିଥିଲେ ।ଏହି ପ୍ରଶିକ୍ଷଣକୁ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଯାଜପୁର ଦୁଇ ଜଣ କାର୍ଯ୍ୟକର୍ତ୍ତାଙ୍କ ସହ ମୁନିସିପାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଓ କର୍ମଚାରୀମାନେ ସହଯୋଗ କରିଥିଲେ ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *