ସାଲେପୁର,୨୫/୦୯/୨୦୨୬ (ଓଡିଶା ସମାଚାର /ଅଭୟ ଜେନା)- ସାଲେପୁର ବ୍ଲକ ରାମକୃଷ୍ଣପୁର ପଂଚାୟତ ଏଲମାପୁର ସ୍ଥିତ ଦୁଃଖିଶ୍ୟାମ ଵୃଦ୍ଧାଶ୍ରମକୁ କଟକ ବାରବାଟୀର ସମାଜ କଲ୍ୟାଣ ଅନୁଷ୍ଠାନ ଭାରତ ବିକାଶ ପରିଷଦ ସହଯୋଗର ହାତ ବଢ଼ାଇଛି।
ପରିଷଦର କର୍ମକର୍ତ୍ତା ମାନେ ବାରବାଟୀ ଦୁଃଖୀଶ୍ୟାମ ବୃଦ୍ଧାଶ୍ରମ ଗସ୍ତ କରି ଅସହାୟ ଅନ୍ତେବାସୀ ମାନଙ୍କ ଭଲମନ୍ଦ ପଚାରି ବୁଝିବା ସହିତ ରାସନ ସାମଗ୍ରୀ ଓ ମେଡିସିନ ପ୍ରଦାନ କରିଛନ୍ତି।ସାଲେପୁର ଏସ.ଏନ ଫୋଉଣ୍ଡେସନର ଅଧ୍ୟକ୍ଷ ତଥା ରୋଟାରୀୟାନ ବିଶ୍ଵନାଥ ପଣ୍ଡାଙ୍କ ସହଯୋଗରେ ଭାରତ ବିକାଶ ପରିଷଦର ସଭାପତି ଶ୍ୟାମ ସୁନ୍ଦର ସାହୁ, ଆଡଭୋକେଟ୍ ପ୍ରମୋଦ କୁମାର ତ୍ରିପାଠୀ, ଡାକ୍ତର ଆଲୋକ ସାହୁ, ଇଲା ମହାନ୍ତି, ଶୁଭଲକ୍ଷ୍ମୀ ସାହୁ ପ୍ରମୁଖ ଦୁଃଖିଶ୍ୟାମ ଵୃଦ୍ଧାଶ୍ରମକୁ ଗସ୍ତ କରିଥିଲେ। ଵୃଦ୍ଧାଶ୍ରମର ଅଧ୍ୟକ୍ଷ ଅଜୟ ଜେନା ଅସହାୟ ମାନଙ୍କୁ ସହଯୋଗର ହାତ ବଢ଼ାଉଥିବା ଭାରତ ବିକାଶ ପରିଷଦର ସମସ୍ତ କର୍ମକର୍ତ୍ତା ଓ ରୋଟାରୀୟାନ ବିଶ୍ୱନାଥ ପଣ୍ଡାଙ୍କୁ କୃତଜ୍ଞତା ଜଣାଇଛନ୍ତି ।
