ଜ଼ିଲ୍ଲା ସଭାପତି ଚୟନ ପାଇଁ ସୃଜନ ସଂଗଠନ କାର୍ୟ୍ୟକ୍ରମ ଅନୁଷ୍ଠିତ

ଲକ୍ଷ୍ମୀପୁର,୦୮/୦୯/୨୫(ଓଡିଶା ସମାଚାର/ପ୍ରମୋଦ କୁମାର ଜେନା)-ଲକ୍ଷ୍ମୀପୁର ବାସନ୍ତୀ କଲ୍ୟାଣ ମଣ୍ଡପ ଠାରେ ଲକ୍ଷ୍ମୀପୁର ନିର୍ଵାଚନ ମଣ୍ଡଳ ସ୍ତରୀୟ କଂଗ୍ରେସ ର ସୃଜନ ଶିଳ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଜ଼ିଲ୍ଲା ସଭାପତି ନିମନ୍ତେ ରୂପକ ତୁରୁକ, କୃଷ୍ଣ ଚନ୍ଦ୍ର ସାଗରିଆ,କୈଳାଶ ଖସଲା, ଜଗଦୀଶ ଖସଲା,କୃଷ୍ଣ କୁଲଦୀପ, ବାବୁଲା ବେନିଆ, ଅନାମ ଦିଆନ ଓ ଶଶୀ ପାତ୍ର ଙ୍କ ନାମ ଜିଲ୍ଲା ସଭାପତି ଦୌଡ଼ରେ ଥିବା ଜଣା ପଡିଛି।

ସୃଜନ ସଂଗଠନ କାର୍ୟ୍ୟକ୍ରମ ଲକ୍ଷ୍ମୀପୁର ଠାରେ ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପର୍ୟ୍ୟବେକ୍ଷକ ଭାବେ ଗଣେଶ ଯାଦବ ଯୋଗ ଦେଇଥିଲେ । ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତା,ପୂର୍ବତନ କୋରାପୁଟ ବିଧାୟକ କୃଷ୍ଣ ଚନ୍ଦ୍ର ସଗରିଆ,ସାଂସଦ ପ୍ରତିନିଧି କୈଳାଶ ଖୋସଲା, ପିସିସି ଜିଲ୍ଲା ସମ୍ପାଦଜ ରୂପକ ତୁରୁକ,ଲକ୍ଷ୍ମୀପୁର ବିଧାୟକ ପ୍ରତିନିଧି ମଣ୍ଟି ଖରା,ଲକ୍ଷ୍ମୀପୁର ଜିଲ୍ଲାପରିଷଦ ସଭ୍ୟା ପିଙ୍କି ହିମେରିକା,ନାରାୟଣ ପାଟଣା ଜିଲ୍ଲା ପରିଷଦ ସଭ୍ୟ ରମ୍ଭା ସିରିକାଙ୍କ ସମେତ ଚାରୋଟି ବ୍ଲକ ର ଗ୍ରାମ ପଞ୍ଚାୟତ ସଭାପତିଙ୍କ ସମେତ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।

ଜିଲ୍ଲା ସଭାପତି ପଦବୀ ଖାଲି ଥିବା କାରଣରୁ ସଂଗଠନ ଆଗକୁ ବଢ଼ି ପାରୁନି। ତେଣୁ ସଂଗଠନ ଆଗକୁ ବଢ଼ାଇବାକୁ ହେଲେ ବର୍ତ୍ତମାନ ସୃଜନ ସଂଗଠନ ଦ୍ୱାରା ଜିଲ୍ଲା ସଭାପତି ଙ୍କୁ କର୍ମୀ ମାନେ ବାଛିବେ ବୋଲି ବିଧାୟକ ପବିତ୍ର ସାଉଁତା କହିଥିଲେ । କୋରାପୁଟ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀଙ୍କୁ କଂଗ୍ରେସ ଦଳ କେମିତି ନିଜର ଅକ୍ଷତିଆର କୁ ନେବ ତାର ରଣନିତି ପ୍ରସ୍ତୁତ କରିବା ନିହାତି ଦରକାର ବୋଲି ପର୍ୟ୍ୟବେକ୍ଷକ ଗଣେଶ ଯାଦବ କହିଥିଲେ।ବର୍ତମାନ ଆଗାମୀ ଦିନରେ କୋରାପୁଟ ଜିଲ୍ଲା ର ସମସ୍ତ ଆସନ ଅନ୍ୟ ଦଳ ଅକ୍ତିଆର କରୁଛି ନା କଂଗ୍ରେସ ଦଳର ହାତକୁ ଯାଉଛି ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *