ଶ୍ରଦ୍ଧାଞ୍ଜଳୀ ପାଇଲେ ବିଶିଷ୍ଟ କବୟତ୍ରୀ ସମ୍ମାନ

ଭୁବନେଶ୍ୱର,୨୦/୦୪/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସ୍ଥାନୀୟ ଜୟଦେବ ଭବନ ଠାରେ ଓଡ଼ିଶା ଲେଖିକା ସଂଘ ତରଫରୁ  “ଓଡ଼ିଶା ଲେଖିକା ସଂସଦ”ର ୩୨ତମ ବାର୍ଷିକ ଉତ୍ସବ ଓ ସାହିତ୍ୟ ସମାରୋହ ସଂସଦର ସଭାନେତ୍ରୀ ଶକୁନ୍ତଳା ବଳିୟାର ସିଂଙ୍କ ସଭାପତିତ୍ବରେ ଆୟୋଜିତ ହୋଇ ଯାଇଛି।

କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟ ଅତିଥି ଭାବେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମୁଖ୍ୟ ବକ୍ତା ଭାବେ ସାହିତ୍ୟ ଏକାଡେମୀର ସଚିବ ଡ.ଚନ୍ଦ୍ର ଶେଖର ହୋତା,ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କବି ଓ ଲେଖିକା ସଂଯୁକ୍ତା ନାୟକ ଓ ରମାଦେବୀ ବିଶ୍ବ ବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ସଂଘମିତ୍ରା ଭଞ୍ଜ ଯୋଗ ଦେଇଥିଲେ। ଏହି ଅବସରରେ ସମାଜସେବୀ ଶ୍ରଦ୍ଧାଞ୍ଜଳୀ ରୟଙ୍କୁ ବାଲେଶ୍ବର ମାଟିର ସୁଯୋଗ୍ୟ ସନ୍ତାନ ମାଆ “ଡାକ୍ତର ରାଧାଦେବୀ” ସ୍ମୁତି ସମ୍ମାନ ୨୦୨୫ ‘ବିଶିଷ୍ଟ କବୟତ୍ରୀ’ ସମ୍ମାନରେ ସମ୍ମାନୀତ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ସଂସଦର ସାଧାରଣ ସମ୍ପାଦିକା ଡ. ସଙ୍ଘମିତ୍ରା ଭଞ୍ଜ, ଯୁଗ୍ମ ସମ୍ପାଦିକା କାନନବାଳା ପଟ୍ଟନାୟକ, ସଙ୍ଗଠନ ସମ୍ପାଦିକା ଡ. ସୁଚେତା ରାଉତ, କୋଷାଧ୍ୟକ୍ଷା ସୁଜାତା ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *