ମନଇଚ୍ଛା ରାଜଧାନୀମୁହାଁ ହୋଇପାରିବେନି ଅଫିସର

ରାଜସ୍ୱ ବିଭାଗର କଡ଼ା ଚେତାବନୀ

ଭୁବନେଶ୍ୱର,୦୮/୦୯/୨୦୨୫ (ଓଡ଼ିଶା ସମାଚାର)- ଉପରିସ୍ଥ ଅଧିକାରୀଙ୍କ ବିନା ଅନୁମତିରେ ଲୋକ ସେବା ଭବନରେ ଭିଡ ଜମାଇ ପାରିବେ ନାହିଁ ଜିଲାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିବା ଓଏଏସ ଏବଂ ଓଆରଏସ ଅଧିକାରୀ  । ରାଜସ୍ୱ ବିଭାଗ ଦେଇଛି ଏହି କଡ଼ା ଚେତାବନୀ । ବିନା କାରଣରେ ଲୋକ ସେବା ଭବନ କିମ୍ବା ରାଜ୍ୟ ମୁଖ୍ୟାଳୟକୁ ବାରମ୍ବାର ଗସ୍ତ କରି ସରକାରୀ କାର୍ଯ୍ୟରେ ଅବହେଳା କରୁଥିବା ବାବୁଙ୍କ ପାଇଁ କଡା ଆଭିମୁଖ୍ୟ ପୋଷଣ କରିଛି ବିଭାଗ । ଏନେଇ ସବୁ ଜିଲାପାଳ ଏବଂ ଆରଡିସିଙ୍କୁ ଚିଠି ଲେଖିଛନ୍ତି ରାଜସ୍ୱ ବିଭାଗ ଅତିରିକ୍ତ ସଚିବ । ଚିଠିରେ ଉଲ୍ଲେଖ କରାଯାଇଛି, ବ୍ୟକ୍ତିଗତ କାରଣ ନେଇ ଲୋକ ସେବା ଭବନ ଆସିଲେ ଏହାକୁ ଗୁରୁତର ସହ ନେବ ବିଭାଗ । ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବା

ଏଠି ପ୍ରଶ୍ନ ଉଠୁଛି କାହିଁକି ଏମିତି ଏକ ଚେତାବନୀ ଦେବାକୁ ବାଧ୍ୟ ହେଲା ରାଜସ୍ୱ ବିଭାଗ ? ଓଏଏସ ଏବଂ ଓଆରଏସ ଅଧିକାରୀମାନେ ଏମିତି ଅବହେଳା କରୁଥିବା ନଜରକୁ ଆସିଛି କି? କୁହାଯାଉଛି, ସରକାର ବଦଳିବା ପରେ ନିଜ ନିଜ ଅଂଚଳ ନେତାଙ୍କୁ ଧରି ଭଲ ପୋଷ୍ଟିଂ ପାଇଁ ଲୋକ ସେବା ଭବନ ମୁହାଁ ହେଉଛନ୍ତି ଅନେକ ଅଧିକାରୀ । ଏମିତି କି ବାରମ୍ବାର ରାଜ୍ୟ ମୁଖ୍ୟାଳୟକୁ ଆସି ଲବି କରୁଥିବା ଦେଖିବାକୁ ମିଳୁଛି । ଯେଉଁଥି ପାଇଁ ବାଧାପ୍ରାପ୍ତ ହେଉଛି ସରକାରୀ କାର୍ଯ୍ । ଶାସନ କଳକୁ ସଜାଡିବା ସହ ଠକ ଅଧିକାରୀଙ୍କୁ ସାବାଡ କରିବାକୁ ନୂଆ ସରକାର ଆଭିମୁଖ୍ୟ ପ୍ରଥମରୁ କଡା କରିଛନ୍ତି । ରାଜ୍ୟ ମୁଖ୍ୟାଳୟ ଗୁଡିକରେ ଏଆଇ ବେସ୍ଡ କ୍ୟାମେରା ଲଗାଇବା ସହ ପଂଚାୟତ, ବ୍ଲକ ଏବଂ ତହସିଲ ଅଫିସରେ ମଧ୍ୟ ବାୟୋମେଟ୍ରିକ ଲଗାଇବାକୁ ନିର୍ଦ୍ଧେଶ ଦିଆଯାଇଛି । ନିକଟରେ ସବୁ ବିଭାଗକୁ ଅଯୋଗ୍ୟ ଅଧିକାରୀଙ୍କ ତାଲିକା ମାଗିବା ସହ ବାଧ୍ୟତାମୂଳକ ଅବସର ଦେବାକୁ ମଧ୍ୟ ଚେତାବନୀ ଦେଇଥିଲେ ମୁଖ୍ୟ ଶାସନ ସଚିବ । କିନ୍ତୁ ବାସ୍ତବରେ ଏସବୁ ନିର୍ଦ୍ଧେଶ ନାମା କେତେ ଦୂର କାର୍ଯ୍ୟକାରୀ ହେଉଛି ତାଉପରେ ନଜର ।

Leave a Reply

Your email address will not be published. Required fields are marked *