ଚତୁର୍ଥ ରାଜ୍ୟ ସ୍ତରୀୟ ଫଟୋ ପ୍ରଦର୍ଶନୀରେ ବାଲିଗୁଡ଼ାର ଷ୍ଟୁଡିଓ ବୁଲୁ ସମ୍ମାନିତ

ବାଲିଗୁଡା,୨୫/୦୮/୨୫(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ)  ଫଟୋ ସ୍ମୃତିଚାରଣର ପ୍ରତିଚ୍ଛବି । ଭାବାବେଗ, ସୃଜନଶୀଳତା ଏବଂ ନୂତନ କଳ୍ପନାର ପ୍ରତୀକ । ଏହି ବାର୍ତ୍ତାକୁ ବାଣ୍ଟିବା ଉଦ୍ଦେଶ୍ୟରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ପରିସରରେ ନୂତନ ଭବିଷ୍ୟତ ନିର୍ମାଣ ର ସୁତ୍ରଧର ଟ୍ରଷ୍ଟ ଆନୁକୂଲ୍ୟରେ ବିଶ୍ୱ ଫଟୋଗ୍ରାଫି ଦିବସ ଉପଲକ୍ଷେ ଆୟୋଜିତ ହୋଇଯାଇଛି ୪ର୍ଥ ରାଜ୍ୟ ସ୍ତରୀୟ ଫଟୋ ପ୍ରଦର୍ଶନୀ – ୨୦୨୫।

ଦୀର୍ଘ ୪ ଦିନ ଧରି ଆୟୋଜିତ ଏହି ଉତ୍ସବରେ ପ୍ରତିଦିନ ରାଜ୍ୟର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ଫଟୋଗ୍ରାଫର ମାନେ ଯୋଗ ଦେଇ ନିଜ ନିଜର ଆକର୍ଷଣୀୟ ଫଟୋ ଗୁଡିକୁ ପ୍ରଦର୍ଶନ କରିଥିଲେ । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ର ଷ୍ଟୁଡିଓ ବୁଲୁ ଏଥିରେ ଅଂଶ ଗ୍ରହଣ କରି ନିଜ କ୍ୟାମେରା ଲେନସ ରେ ଅଞ୍ଚଳ ର ବିଭିନ୍ନ ସ୍ଥାନରୁ ଉଠାଇଥିବା ୫ ଟି ଫଟୋ ମଧ୍ୟରୁ ୩ ଟି ଫଟୋ ସ୍ଥାନ ପାଇ ଅତିଥି ମାନଙ୍କ ଠାରୁ ମାନପତ୍ର ଓ ଟ୍ରଫି ଗ୍ରହଣ କରିଛନ୍ତି ।

ସମଗ୍ର କନ୍ଧମାଳ ଜିଲାରୁ ବୁଲୁ ଜଣେମାତ୍ର ସମ୍ମାନିତ ହୋଇଥିବାରୁ ଜିଲ୍ଲା ପାଇଁ ଗୌରବ ଆଣିପାରିଛନ୍ତି । ଏ ନେଇ ସବୁ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟିବାରେ ଲାଗିଛି।

Leave a Reply

Your email address will not be published. Required fields are marked *