୩ ଦିନିଆ ପାଲଲହଡା ମାଲ୍ୟଗିରୀ ମହୋତ୍ସବ ୫ ରୁ

ପାଲଲହଡା, ୦୪/୦୧/୨୦୨ ୪ (ଓଡ଼ିଶା ସମାଚାର)- ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ରେ ହେବାକୁ ଥିବା ମାଲ୍ୟଗିରୀ ମହୋତ୍ସବ ଆଉ ଦୁଇ ଦିନ ଥିବା ବେଳେ ଅଜି ସାମ୍ବାଦିକ ସମ୍ମିଳନୀ କରି ମାଲ୍ୟଗିରୀ ମହୋତ୍ସବ ର ଅଧ୍ୟକ୍ଷ ମୁକେଶ କୁମାର ପାଲ କହିଛନ୍ତି ଚଳିତ ବର୍ଷ ହେବାକୁ ଥିବା ୩ ଦିନ ଧରି ମାଲ୍ୟଗିରି ମହୋତ୍ସବ ୫ ତାରିଖରୁ ୭ ତାରିଖ ପର୍ୟନ୍ତ ଅନୁଷ୍ଠିତ ହେବ । ଆଜି ଖୁଲୁଡ଼ି ଶିବମନ୍ଦିର, ପବିତ୍ରପୁର ଶିବମନ୍ଦିର, ରଜଡଙ୍ଗ ଶିବମନ୍ଦିର, ମଂଗରାମୁହାଣ ଶିବମନ୍ଦିର ଏବଂ ମାଲ୍ୟଗିରି ପାହାଡ ପାଦଦେଶରେ ରେ ଥିବା ସମଳ ଶିବ ମନ୍ଦିର ରୁ ମଶାଲ ଶୋଭାଯାତ୍ରା ବାହାରି ପାଲଲହଡା ଜଗନ୍ନାଥ ମନ୍ଦିର ଠାରେ ରହିବ ଏବଂ ୫ ତାରିଖ ଦିନ ମଶାଲ ଶୋଭାଯାତ୍ରା ପାଲଲହଡା ପରିକ୍ରମା କରି ପାଲଲହଡା ଷ୍ଟାଡିଅମ କୁ ଅଣାଯାଇ ମହୋତ୍ସବ ର ଶୁଭାରମ୍ଭ ହେବ । ପ୍ରଥମ ଦିନରେ ମୁଖ୍ୟ ଅତିଥି ସାଂସଦ ମହେଶ ସାହୁ ସମ୍ମନିତ ଅତିଥି ଅଧ୍ୟୃକ୍ଷ ରାଜ୍ୟ ଯୁବ କଲ୍ୟାଣ କୁନବିହାରୀ ଦାସ, ପାଲଲହଡା ବ୍ଲକ ଅଧ୍ୟକ୍ଷା ରୀନାରାଣୀ ନାଏକ, କଣିହାଁ ବ୍ଲକ ଅଧ୍ୟକ୍ଷ ରାମ କୃଷ୍ଣ ପ୍ରଧାନ, ସାବିତ୍ରୀ ମାଝୀ ୨୩ ନଂ ଜିଲ୍ଲା ପରିଷଦ,୨୨ ନଂ ଜିଲ୍ଲା ପରିଷଦ ବୁଧୁରାମ ବୈପାଇ ଯୋଗ ଦେବାର କାଯ୍ୟକ୍ରମ ରହିଛି । ସ୍ଥାନୀୟ କଳାକାର ମାନଙ୍କୁ ନେଇ ସାଂସ୍କୃତିକ କାଯ୍ୟକ୍ରମ ହେବାକୁଥିବା ବେଳେ ନାମୀ ଦାମୀ ଓଡ଼ିଆ ସଂଗୀତ କଳାକାର ହ୍ୟୁମାନ ସାଗର, ସିପୁ କମେଡିଆନ. ଦ୍ୱିତୀୟ ଦିନ ବଲିଉଡ କଣ୍ଠଶିଳ୍ପୀ ଐଶର୍ଯ୍ୟା ପଣ୍ଡିତ ଓ କମେଡି ଅନଗୁଳିଆ ବଣ୍ଟି , ତୃତୀୟ ଦିନରେ ଇଣ୍ଡିଆନ ଆଇଡଲ ଫେମ କଣ୍ଠଶୀଳ୍ପ ରିଷି ସିଂହ ଏବଂ ଉସ୍ତାଦ ରାପ୍ପର ମାନଙ୍କର କାଯ୍ୟକ୍ରମ ରହିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *