ଉଇସଡମ ପବ୍ଲିକ ସ୍କୁଲରେ ଦୂର୍ଵିପାକ ପ୍ରଶମନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

କଟକ ସଦର , ୨୫/୦୮/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ସୋମପୁର-କିଶନନଗର ପୂର୍ତ୍ତ ବିଭାଗ ରାସ୍ତା କଡରେ ବୁଢିଆଣୀ ମନ୍ଦିର ନିକଟରେ ଥିବା ଅଗ୍ରଣୀ ଇଂରାଜୀ ମାଧ୍ୟମ ଉଇସଡମ ପବ୍ଲିକ ସ୍କୁଲରେ ଆଜି ସୋମବାର ଦିନ ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ କରାଯାଇ ସଚେତନତା କାର୍ଯ୍ୟକ୍ରମ କରାଯାଇଥିବା ଜଣାପଡିଛି।

ନିଆଁ ଲାଗିଲେ କିପରି ନିଆଁ କୁ ଆୟତ କରାଯାଇପାରିଵ,ଫସି ରହିଥିବା ଲୋକଙ୍କୁ କିପରି ଉଦ୍ଧାର କରାଯିବ,ଝଡ଼ ପବନରେ ଭାଙ୍ଗି ପଡିଥିବା ଗଛ ଗୁଡ଼ିକୁ କିପରି ରାସ୍ତାରୁ କଟାଯାଇ ପାରିବ ଭଳି ଅନେକ ପ୍ରଶିକ୍ଷଣ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦିଆଯାଇଥିଲା।

ପରିଚାଳନା ରେ ସ୍କୁଲର ପରିଚାଳନା ନିର୍ଦ୍ଦେଶକ ପ୍ରିତମ ଚୈ।ଧୁରୀ ସହାୟତା କରିଥିବା ବେଳେ ନିର୍ଦେଶକ ବିବେକାନନ୍ଦ ଭୁୟାଁ ଏଥିପାଇଁ ଅଗ୍ନିଶମ ବିଭାଗ କୁ ଧନ୍ୟବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *