ନିମାପଡା, ୧୧/୦୪/୨୦୨୬ (ଓଡ଼ିଶା ସମାଚାର)-ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ଦ୍ୱାରା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟଙ୍କ ନାମ ତାଲିକା ଘୋଷଣା କରାଯାଇଛି। ଏହି ତାଲିକାରେ ୭୨ଜଣ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ୩୮ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ ୨୩ଜଣଙ୍କୁ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଭାବେ ଗ୍ରହଣ କରାଯାଇ ନାମ ତାଲିକା ଘୋଷଣା କରାଯାଇଛି।
ତେବେ ବିଜେପି ପକ୍ଷରୁ ଘୋଷଣା ହୋଇଥିବା ଏହି ତାଲିକାରେ ୨୩ଜଣ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ତଥା ବିଜେପି ମୁଖପାତ୍ର ସମୀର ରଞ୍ଜନ ଦାଶଙ୍କୁ ମନୋନୀତ କରାଯାଇଛି। ରାଜ୍ୟ ସଭାପତିଙ୍କ ପକ୍ଷରୁ ଵିଧିବଦ୍ଧ ଭାବେ ତାଲିକା ଘୋଷଣା ପରେ ନିମାପଡା ବିଜେପି ଶିବିରରେ ଖୁସିର ଲହଡି ଖେଳି ଯାଇଥିବା ଦେଖିବାକୁ ମିଳିଛି।ଅନ୍ୟପଟେ ଶ୍ରୀ ଦାଶଙ୍କ ଉପରେ ରାଜ୍ୟ ସଭାପତି ମନମୋହନ ସାମଲ ଆସ୍ଥା ପ୍ରକଟ କରି ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଭାବେ ମନୋନୀତ କରିଥିବାରୁ ରାଜ୍ୟ ସଭାପତିଙ୍କୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ମୁଖପାତ୍ର ସମୀର ଦାଶ।
