ଲକ୍ଷ୍ମୀପୁର କଲେଜ ରେ ଅପରେସନ ଦୂର୍ଗା

ଲକ୍ଷ୍ମୀପୁର ୨୫/୦୮/୨୫(ଓଡିଶା ସମାଚାର/ପ୍ରମୋଦ କୁମାର ଜେନା)- ଆଜି ଲକ୍ଷ୍ମୀପୁର କଲେଜ ପରିସରରେ କୋରାପୁଟ ପୁଲିସ ତରଫରୁ ନାରୀ ସୁରକ୍ଷା ସମ୍ପର୍କିତ ଏକ ସଚେତନତା ଓ ଅଭିଯାନ କାର୍ୟ୍ୟକ୍ରମ ଅପରେସନ ଦୂର୍ଗା ଅନୁଷ୍ଠିତ ହୋଇଯାଇଛି।

ଯୁକ୍ତ ଦୁଇ ଅଧ୍ୟକ୍ଷ ଗିରିଜା କୁମାର ଚୌଧୁରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକାରୀ ମନୋବ୍ରତା ଶତପଥୀ ଯୋଗଦେଇ ନାରୀ ସୂରକ୍ଷା ବିଷୟରେ ସମସ୍ତ ଛାତ୍ରୀମାନଙ୍କୁ ଅବଗତ କରାଇବା ସହିତ ସଚେତନ ହେବାକୁ ପ୍ରବର୍ତ୍ତାଇ ଥିଲେ।

ସେହିପରି ସମ୍ମାନିତ ଅତିଥି ଭାବେ ଲକ୍ଷ୍ମୀପୁର ଥାନା ଆଇଆଇସି ସୁଜ୍ଞାନୀ ସାହୁ ଯୋଗ ଦେଇ ତାଙ୍କ ଭାଷଣରେ ଛାତ୍ରୀମାନଙ୍କୂ ଏହି ନାରୀ ସୂରକ୍ଷା ଉପରେ ନିଯେ ସଚେତନ ହୋଇ ଅନ୍ୟ ମାନଙ୍କୁ ମଧ୍ୟ ସଚେତନ କରିବାକୁ ପରାମର୍ଶ ଦେଇଥିଲେ। ଏହି କାର୍ୟ୍ୟକ୍ରମରେ ଅଧ୍ୟାପିକା ମଧୁସ୍ମିତା ବିଶ୍ଵାଳ, ମୌତସୀ ପ୍ରଧାନ ଏବଂ ସମସ୍ତ ଛାତ୍ରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *