କଟକ ସଦର,୧୭/୦୮/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଜିଲ୍ଲା ତଥା କଟକ ସଦର ନିର୍ବାଚନମଣ୍ଡଳୀ ଅର୍ନ୍ତଗତ ନିଶ୍ଚିନ୍ତକୋଇଲି ବ୍ଲକ ମାଣପୁର ପଞ୍ଚାୟତ ର ଜଣାଶୁଣା ବିଜେପି ଯୁବନେତା କିରଣ ଚନ୍ଦ୍ର ସାହୁ ଆଗାମୀ ଦିନରେ କଟକ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ହେବାକୁ ଯାଉଥିଵା ନେଇ ଚର୍ଚ୍ଚା ଜୋର ଧରିଛି।
କିରଣ ସାହୁ ଦୀର୍ଘ ଦିନ ହେଲା ବିଜେପି ଯୁବ ସଂଗଠନ ରେ ପଞ୍ଚାୟତ ଠାରୁ ରାଜ୍ୟ ପର୍ଯ୍ୟନ୍ତ ରହି ବରିଷ୍ଠ ନେତୃମଣ୍ଡଳୀ ଓ କାର୍ଯ୍ୟକର୍ତ୍ତା
ମାନଙ୍କର ଆସ୍ଥା ଭାଜନ ହୋଇପାରିଛନ୍ତି। ସେହିପରି ବୃକ୍ଷ ମଣିଷ ଭାବେ ନିଜର ପରିଚୟ ସୃଷ୍ଟି କରିବା ସହିତ ଏକ ସାମାଜିକ ସଂଗଠନ ମହାବୀର ସେନା ଗଠନ କରି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମ ରେ ଯୁବ ଗୋଷ୍ଠୀ ମାନଙ୍କର ନିକଟତର ହୋଇ ପାରିଛନ୍ତି।
ଏଥିପାଇଁ କିରଣଙ୍କୁ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଭାବେ ଅବସ୍ଥାପିତ କରିବାକୁ ରାଜ୍ୟ ଓ ଜିଲ୍ଲା ବିଜେପି ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି ।
