ମହାନଦୀରେ ବୁଡିଗଲେ ଯୁବକ,ଶବ ଉଦ୍ଧାର

କଟକ ସଦର,୨୫/୧୧/୨୦୨୬(ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): ବାଲିଯାତ୍ରାର ଦ୍ୱିତୀୟ ଦିନରେ ଅର୍ଥାତ୍ ଆଜି ବୁଧବାର ପୂର୍ବାହ୍ନରେ ବାଲିଯାତ୍ରା ତଳ ପଡିଆ ଟାଇଟାନିକ୍ ଷ୍ଟଲ୍ ପଛପଟେ ମହାନଦୀରେ ବୁଡି ଜଣେ ଯୁବକ ନିଖୋଜ ହୋଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍ ଟିମ୍ ସର୍ଚ୍ଚ ଅପରେସନ ଚଳାଇ ନିଖୋଜ ପଶ୍ଚିମ ବଙ୍ଗ ୨୪ ପ୍ରଗଣା ଅଞ୍ଚଳର ଅଶୋକ ମିସ୍ତ୍ରୀ ଙ୍କୁ ଉଦ୍ଧାର କରି ମେଡିକାଲ ପଠାଇ ଥିବାବେଳେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିବା ଜଣାପଡିଛି।ମୃତକ ବାଲିଯାତ୍ରା ଆସି ଆଜି ଶୌଚ ହେବାକୁ ମହାନଦୀକୁ ଯାଇଥିବାରୁ ପାଣି ବିଷୟରେ ଅଜ୍ଞ ଥିବାରୁ ଵୁଡି ଯାଇଥିଲେ।

 

Leave a Reply

Your email address will not be published. Required fields are marked *