ଆଦି ନାଟ୍ୟକାର ଜଗମୋହନ ଲାଲା ଙ୍କ ୧୮୯ ତମ ଜୟନ୍ତୀ ପାଳିତ

ମାହାଙ୍ଗା,୨୫/୧୧/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା )-ବିଶିଷ୍ଟ ସାରସ୍ୱତ ସାଧକ, ଆଦିନାଟ୍ୟକାର ଜଗନମୋହନ ଲାଲା ଙ୍କ ୧୮୯ ତମ ଜନ୍ମ ଜୟନ୍ତୀ ଜନ୍ମମାଟି ମାହାଙ୍ଗାରେ ପାଳିତ ହୋଇଯାଇଛି  ।

 ସାରସ୍ୱତ ସେବାମଞ୍ଚ ମାହାଙ୍ଗା ଆନୁକୂଲ୍ୟରେ ଆୟୋଜିତ ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମରେ ଜଗନମୋହନଙ୍କ ବଂଶଜ, ନାଟ୍ୟ ନିର୍ଦେଶକ ତଥା ସଂସ୍କୃତି ପ୍ରେମୀ ହୃଷିକେଶ ଲାଲା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନୁଷ୍ଠାନର ସଭାପତି ସାହିତ୍ୟିକ ଡକ୍ଟର ଭାବଗ୍ରାହୀ ରାଉତ ଏଥିରେ ଅଧ୍ୟକ୍ଷତା କରିଥିଲେ।ମୁଖ୍ୟବକ୍ତା ଭାବେ ସାହିତ୍ୟିକ ଡକ୍ଟର ଅଖିଳେଶ ପଦ ମହାନ୍ତି, ସମ୍ମାନିତ ଅତିଥି ଭାବେ କବି ରାଜକିଶୋର ମୁଣ୍ଡି, ସରପଞ୍ଚଙ୍କ ପ୍ରତିନିଧି ସମାଜସେବୀ ବିଜୟ କୁମାର ଯେନା,ପ୍ରଶ୍ନଜିତ ଲାଲା,ପ୍ରଦୀପ୍ତ ନାୟକ, ପ୍ରଭାକର ସିଂ,ଭାଗିରଥି ମହାନ୍ତି,ମାନିକ ଚନ୍ଦ୍ର ସିହ୍ନା,ନିରଞ୍ଜନ ମହାନ୍ତି,ସତ୍ୟରଞ୍ଜନ ସାହୁ, ବଳରାମ ସାହୁ,ସ୍ମୁତିରଞ୍ଜନ କର, ସତ୍ୟପ୍ରକାଶ ସିଂ,ଦିପ୍ତିରଞ୍ଜନ ବେହୁରା,କେଶବ ଚନ୍ଦ୍ର ଯେନା ,ଶମ୍ବୂନାଥ ସାହୁ,ଅମରେନ୍ଦ୍ର ଦାସ,ନିର୍ମଳ ଦାସ, ଜଗନ୍ନାଥ ସିଂ, ଦାମୋଦର ପଣ୍ଡା ଏବଂ ପୂର୍ଣ୍ଣଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଓଡ଼ିଆ ସାରସ୍ୱତ ଜଗତର କାଳଜୟୀ ପୁରୁଷ ନାଟ୍ୟକାର ଜଗନମୋହନଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ । ଅତିଥିମାନେ ଆଦିନାଟ୍ୟକାରଙ୍କ କୃତୀ ଓ କୀର୍ତ୍ତିର ମୂଲ୍ୟାୟନ କରିଥିଲେ  ।

Leave a Reply

Your email address will not be published. Required fields are marked *