ଡ଼େରାବିଶ,୧୭/୦୮/୨୦୨୫(ଓଡ଼ିଶା ସମାଚାର)- ବିଜେଡ଼ି ସାଂସ୍କୃତିକ ସମନ୍ୱୟ ସାମୁଖ୍ୟ ତରଫରୁ ଡ଼େରାବିଶ ବ୍ଲକ୍ ଅଧିନ ଏଣ୍ଡର ପଂଚାୟତ ଠାରେ ନନ୍ଦ ଉତ୍ସବ ପାଳିତ ହୋଇ ଯାଇଛି । ଶ୍ୟାମସୁନ୍ଦରପୁର ର ତ୍ରିନାଥ ସଙ୍କିର୍ତନ ମଣ୍ଡଳୀ ଓଳକଣାସ୍ଥିତ ଭକ୍ତ ବିଧୁର ମନ୍ଦିର ନିଳକଂଠପୁର ମା ବୁଢ଼ୀ ଜାଗୁଳେଇ ଓ ସାତ ଭଉଣୀ ମନ୍ଦିର ପରିକ୍ରମା ସହି ନନ୍ଦ ଉତ୍ସବ ପାଳନ କରିଥିଲେ ।
ଆୟୋଜିତ କାର୍ଯ୍ୟକ୍ରମରେ ସଙ୍କିର୍ତନ ମଣ୍ଡଳୀ ସଭାପତି ରଙ୍ଗଲତା ବେହେରା, ଉପସଭାପତି ଦିବାକର ପାଗଳ, ବଂଶିଧର ସାହୁ, କାମିନୀ ଦଣ୍ଡପାଟ, ପୁଷ୍ପାଂଜଳି ମଣ୍ଡଳ, ପ୍ରମିଳା ଘଡ଼େଇ, ଅଭୟ ଖଟୁଆ, ସବିତା ରାଉତ, ଶାନ୍ତିଲତା ସାହୁ, ମିନତୀ ଦଣ୍ଡପାଟ, ଲକ୍ଷ୍ମୀପ୍ରିୟା ଘଡ଼େଇ, କୌଶଲ୍ୟା ଦଣ୍ଡପାଟ ଓ ବାସନ୍ତୀ ପାଗଳ ପ୍ରମୁଖ କଳାକାରମାନେ ଶ୍ରୀ କୃଷ୍ଣ ଙ୍କ ଲୀଳା ସଙ୍କିର୍ତନ ଓ ପାରମ୍ପରିକ ସାଜ ସଜାରେ ନନ୍ଦ ଉତ୍ସବ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂଗଠନର ଜିଲା ସଭାପତି ନବଘନ ନାୟକ ଓ ବ୍ଲକ୍ ସଂଯୋଜକ ପ୍ରତାପ ଚନ୍ଦ୍ର ସ୍ୱାଇଁ ସାମିଲ ହୋଇଥିଲେ ।
