ଭୁବନେଶ୍ୱର,୧୭/୦୮/୨୦୨୫ (ଓଡ଼ିଶା ସମାଚାର)-ଓଡ଼ିଶାର ବିଶିଷ୍ଟ କର୍ମଚାରୀ ନେତା ,ତଥା ବିଭନ୍ନ ସଂଗଠନର ସଭାପତି , ମୁଖ୍ୟ ଉପଦେଷ୍ଠା ,ବିଶିଷ୍ଟ ନାଟ୍ୟକାର ପ୍ରଭାତ ମହାନ୍ତିଙ୍କ ଜନ୍ମ ଦିନ ବିଭାଗୀୟ ମୁଖ୍ୟ ଦପ୍ତର ଠାରେ ବିଜୟ ମଲ୍ଲଙ୍କ ସଭାପତିତ୍ୱ ଓ ସୁଧାଂଶୁ ପତ୍ର ସଭାଙ୍କ ସଭା ପରିଚାଳନାରେ ଜନ୍ନ ଦିନ ପାଳନ ହୋଇଥିଲା । ବିଭିନ୍ନ ସଂଗଠନର ମୁଖ୍ୟ ତଥା କର୍ମଚାରୀ ମାନେ ଯୋଗ ଦେଇ ପ୍ରଭାତ ମହାନ୍ତିଙ୍କ ଜୀବନ ଦର୍ଶନ ,ଦୁଃଖୀ ଅସହାୟ କର୍ମଚାରୀଙ୍କ ସାଥି ତଥା ନିଜ ଜୀବନକୁ କର୍ମଚାରୀଙ୍କ ଲାଗି ସମର୍ପିତ କରିଛନ୍ତି ବୋଲି ଆଲୋକପାତ କରିଥିଲେ । ଆସନ୍ତା ଦିନରେ କର୍ମଚାରୀ କର୍ମଶାଳା , ପ୍ରଭାତ ମହାନ୍ତି କର୍ମଚାରୀ ସମ୍ମ।ନ ଦେବାକୁ ନିଷ୍ପତି ହୋଇଥିଲା ।
ଜନ୍ନ ଦିନ ସମାହାରରେ ମିହିର ନାରାୟଣ ଜେନା, କର୍ମଚାରୀ ନେତା,ବିଜୟ ମଲ୍ଲ , ସଭାପତି , ଓଡିଶା ସରକାରୀ ମିଳିତ କର୍ମଚାରୀ ମହାସଂଘ , ସୁଧାଂଶୁ ପାତ୍ର, ସଭାପତି ଓଡିଶା ବିଭାଗୀୟ ମୂଖ୍ୟ ସେକ୍ସନ ଅଫିସର୍ ସଂଘ, ରଶ୍ମି ରଞ୍ଜନ ପାଢ଼ୀ ସଭାପତି ,ଦିଲୀପ ଦାସ,ସାଧାରଣ ସମ୍ପାଦକ,ଓଡିଶା ବିଭାଗୀୟ ମୂଖ୍ୟ ଅମଲା ସଂଘ, ପ୍ରଦୀପ ପ୍ରଧାନ,ସଭାପତି ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ,ସଞ୍ଜୟ ପଟ୍ଟନାୟକ, ସଭାପତି ଓଡିଶା ସରକାରୀ ଆଉଟତ୍ସୋର୍ଶିଂ କର୍ମଚାରୀ ମହାସଂଘ, ମାନସ ଦାଶ ସାଧାରଣ ସମ୍ପାଦନ,
ହେମନ୍ତ ବସ୍ତିଆ,ମହାସଚିବ, ଦ୍ଵିପକ ପାଣି ଯୁଗ୍ମ ସମ୍ପାଦକ, ଡାକ୍ତର ବିଭୂତି ଭୂଷଣ ଜତ୍ତି ଆୟୁଷ ଡାକ୍ତର ସଂଘ, ଶ୍ରୀମତୀ ସୁଜାତା ଭୂୟାଁ ସଭା ନେତ୍ରୀ ଓଡିଶା ଲେଡି ମ୍ୟାଟ୍ରନ ସଂଘ, ସଚିତ୍ର ଦାଶ, ଦୀପକ ମହାପାତ୍ର ସଭାପତି ଭୁବନେଶ୍ୱର ଜିଲ୍ଲା, ସଞ୍ଜୟ ମହାନ୍ତି ସାଧାରଣ ସମ୍ପାଦନ ଓଡିଶା ନିର୍ମାଣ ନିଗମ କର୍ମଚାରୀ ସଂଘ, ରାଜେଶ ଦାସ, କୃଷି କର୍ମଚାରୀ ସଂଘ, ବିଶିଷ୍ଟ କର୍ମଚାରୀ ନେତା ତଥା ଫୁଲବାଣୀ ମୁନିସ ପାଲ୍ଟି କାର୍ୟ୍ୟ ନିର୍ବାହୀ ଅଧିକାରୀ , ଡଃ ବିଜୟ ମହାପାତ୍ର ସ୍ବତନ୍ତ୍ର ଶାସନ ସଚିବ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶ୍ରୀମତି ମୀନାକ୍ଷୀ ମହାପାତ୍ର , ବିଭାଗୀୟ ମୁଖ୍ୟ ସେକସନ୍ ଅଫିସର୍ ସଂଘ, ଅଶୋକ ପାଇକରାୟ, ସାମାଜିକ କର୍ମୀ, ସି ସ ସୁନ୍ଦରରାୟ , ସୁରେଶ ମହାନ୍ତି , ରୁପେନ୍ଦ୍ର ପ୍ରଧାନ ଯୋଗ ଦେଇ ଜୀବନ ଦର୍ଶନ ଉପରେ ଆଲୋଚନା କରିଥିଲେ ।
ବିଭିନ୍ନ ଜିଲ୍ଲାରେ ଜନ୍ମ ଦିନ ପାଳନ ସହ ଠାକୁରଙ୍କ ପାଖରେ ଦୀପ ଜାଳି ଦୀର୍ଘାୟୁ କାମନା କରିଥିଲେ କର୍ମଚାରୀ ।
