ନିରାକାରପୁର, ୦୨/୦୫/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ବଡପୋଖରୀଆ ଛକ ନିକଟରୁ ନିରାକାରପୁର ପୋଲିସ ଗୋଟିଏ ମାଙ୍କଡ଼ା ପଥର ବୋଝେଇ ଟ୍ରକ ଜବତ କରିବା ସହିତ ଡ଼୍ରାଇଭରକୁ ଗିରଫକରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ କି ଗତ କାଲି ଗୋଟିଏ ମାଙ୍କଡ଼ା ପଥର ବୋଝେଇ ଟ୍ରକ ନଂ ଓଡି ୦୨ ଏଜେ ୪୯୫୨ ବଡପୋଖରୀଆ ଛକ ନିକଟରେ ୧୬ ନଂ ଜାତୀୟ ରାଜପଥ ରେ ଆସୁଥିବାବେଳେ ଆଇଆଇସି ବିଶ୍ୱଜିତ ରାଉତରାୟଙ୍କ ନିର୍ଦ୍ଦେଶରେ ପଇଁତରା ମାରୁଥିବା ନିରାକାରପୁର ପୋଲିସ ଗାଡ଼ିକୁ ଅଟକାଇ କାଗଜପତ୍ର ଯାଞ୍ଚ କରିଥିଲେ। ପଥର ଚୋରା ଚାଲାଣ ହେଉଥିବାରୁ ଗାଡ଼ିକୁ ଜବତ କରି କେସ ନଂ ୧୨୩/୨୪ ରେ ଏକ ମାମଲା ରୁଜୁ କରାଯାଇ ଆଜି ଗାଡି ଡ଼୍ରାଇଭର ସିନ୍ଧାନ୍ତ ସାହୁ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ ତରଫରୁ ଜଣାପଡ଼ିଛି।