ଖରାପ ପାଗ ଯୋଗୁଁ ମୟୂରଭଞ୍ଜରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୫ଟି ନିର୍ବାଚନୀ ସଭାରେ ଯୋଗଦେବେ ନାହିଁ

• ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିବା ସହ ଜନସାଧାରଣଙ୍କ ନିକଟରେ କ୍ଷମା ପ୍ରାର୍ଥନା କଲେ କେନ୍ଦ୍ରମନ୍ତ୍ରୀ
• ମୋରଡ଼ାରେ ବିଜୟ ସଂକଳ୍ପ ସଭା ଓ ବାରିପଦାରେ ରୋଡ୍ ସୋ’ରେ ଯୋଗଦେବାର କାର୍ଯ୍ୟକ୍ରମ

ଭୁବନେଶ୍ୱର, ୨୬/୦୫/୨୦୨୪ (ଓଡ଼ିଶା ସମାଚାର)-  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମୟୂରଭଞ୍ଜର ୬ଟି ନିର୍ବାଚନମଣ୍ଡଳୀରେ ବିଜେପି ପକ୍ଷରୁ ଆୟୋଜିତ ‘ବିଜୟ ସଂକଳ୍ପ ସଭା’ ସମେତ ବାରିପଦା ସହରରେ ରୋଡ୍ ସୋ’ରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା । ମାତ୍ର ଖରାପ ପାଗ ଯୋଗୁଁ ୫ଟି ନିର୍ବାଚନମଣ୍ଡଳୀ ଯଥା ଯଶୀପୁର, ରାଇରଙ୍ଗପୁର, ବାଙ୍ଗିରିପୋଷୀ, ସାରସକଣା ଓ ଉଦଳାରେ ହେବାକୁ ଥିବା ନିର୍ବାଚନସଭାରେ ସେ ଯୋଗ ଦେଇପାରିବେ ନାହିଁ । କେବଳ ସଡକପଥରେ ଯାଇ ମୋରଡ଼ାରେ ବିଜୟ ସଂକଳ୍ପ ସଭା ଓ ବାରିପଦାରେ ରୋଡ୍ ସୋ’ରେ କେନ୍ଦ୍ରମନ୍ତ୍ରୀ ସାମିଲ ହୋଇ ଦଳୀୟ ପ୍ରାର୍ଥୀଙ୍କ ସମର୍ଥନରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।

ଏ ନେଇ ଶ୍ରୀ ପ୍ରଧାନ ଏକ୍ସରେ ଉଲ୍ଲେଖ କରିଛନ୍ତି ଯେ “ଖରାପ ପାଗ ଯୋଗୁଁ ମୟୂରଭଞ୍ଜର ଯଶୀପୁର, ରାଇରଙ୍ଗପୁର, ବାଙ୍ଗିରିପୋଷୀ, ସାରସକଣା ଓ ଉଦଳାରେ ହେବାକୁ ଥିବା ଦଳର ‘ବିଜୟ ସଂକଳ୍ପ ସଭା’ରେ ଯୋଗଦେଇ ପାରୁନାହିଁ । ଏଥିପାଇଁ ମୁଁ ଦୁଃଖିତ । ନିର୍ବାଚନମଣ୍ଡଳୀର ସମସ୍ତ ଜନସାଧାରଣଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଅଛି । ମୁଁ ଏବେ ସଡ଼କ ପଥ ଦେଇ ମୋରଡ଼ା ଅଭିମୁଖେ ଗସ୍ତ କରିବା ସହ ସେଠାରେ ହେବାକୁ ଥିବା ନିର୍ବାଚନ ସଭା ଓ ବାରିପଦାରେ ରୋଡ୍ ସୋ’ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଚେଷ୍ଟା କରୁଛି ।“

                    https://x.com/dpradhanbjp/status/1794607719649063082

Leave a Reply

Your email address will not be published. Required fields are marked *