ନୂଆଦିଲ୍ଲୀ/ଭୁବନେଶ୍ବର, ୨୪/୦୩/୨୦୨୪ (ଓଡ଼ିଶା ସମାଚାର)- ଭାରତୀୟ ଜନତା ପାର୍ଟି ରବିବାର ଓଡ଼ିଶାର କଟକ, କନ୍ଧମାଳ ଓ ଯାଜପୁର କୁ ଛାଡ଼ି ଅବଶିଷ୍ଟ ୧୮ଟି ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ଏହି ଘୋଷଣା କରିଛି। ଏହି କ୍ରମରେ ବିଜେପି ସମ୍ବଲପୁର ପାଇଁ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ପାଇଁ ଅପରାଜିତା ଷଡ଼ଙ୍ଗୀ ଓ ବ୍ରହ୍ମପୁର ପାଇଁ ପ୍ରଦୀପ ପାଣିଗ୍ରାହୀଙ୍କୁ ଟିକେଟ୍ ଦେଇଛି। ପୁରୀରେ ସମ୍ବିତ ପାତ୍ର, ବାଲେଶ୍ବରରେ ପ୍ରତାପ ଷଡ଼ଙ୍ଗୀ, ବଲାଙ୍ଗୀରରେ ସଂଗୀତା କୁମାରୀ ସିଂହଦେଓ, ସୁନ୍ଦରଗଡ଼ରେ ଜୁଏଲ ଓରାମ, କେନ୍ଦ୍ରାପଡ଼ାରେ ବୈଜୟନ୍ତ ପଣ୍ଡା, ଢେଙ୍କାନାଳରେ ରୁଦ୍ର ନାରାୟଣ ପାଣି, ଭଦ୍ରକରେ ଅଭିମନ୍ୟୁ ସେଠୀଙ୍କୁ ପ୍ରାର୍ଥୀ କରିଛି। ସେହିପରି କଳାହାଣ୍ଡିରେ ମାଲବିକା କେଶରୀ ଦେଓ, ନବରଗଂପୁରରେ ବଳଭଦ୍ର ମାଝୀ, ଜଗତସିଂହପୁରରେ ବିଭୁ ତରାଇ, ବରଗଡ଼ରେ ପ୍ରଦୀପ ପୁରୋହିତ, କେନ୍ଦୁଝରରେ ଅନନ୍ତ ନାୟକ, ମୟୂରଭଂଜରେ ନବ ମାଝୀଙ୍କୁ ପ୍ରାର୍ଥୀ କରିଛି। କଟକ, କନ୍ଧମାଳ ଓ ଯାଜପୁର ପାଇଁ ପ୍ରାର୍ଥୀ ଘୋଷଣା କରି ନାହିଁ।
ଓଡ଼ିଶାର କଟକ, କନ୍ଧମାଳ ଓ ଯାଜପୁର କୁ ଛାଡ଼ି ୧୮ଟି ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି
