କେନ୍ଦ୍ରାପଡ଼ା,୧୯/୦୬/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଟାଉନ ଥାନା ପୋଲିସ ପକ୍ଷରୁ ଗୁରୁବାର ସହରର ବିଭିନ୍ନ ସ୍ଥାନରେ ଥିବା ଲଜ ଉପରେ ଚଢାଉ କରାଯାଇଛି । ସେହିସବୁ ଲଜକୁ କେଉଁମାନେ ଆସୁଛନ୍ତି ଓ ସେଠାରେ କେଉଁମାନେ ରହୁଛନ୍ତି ସେ ସମ୍ପର୍କିତ ସମସ୍ତ କାଗଜପତ୍ର ପୋଲିସ ଯାଂଚ କରିଛି ।
ସହରର ତୁଳସୀ ଲଜ୍ ଓ ସାଇ ଲଜ୍ ଉପରେ ଏହି ଚଢାଉ କରାଯାଇଥିବା ଜଣାପଡିଛି । ଏସମ୍ପର୍କରେ ଟାଉନଥାନା ଅଧିକାରୀ ଦିଲ୍ଲିପ କୁମାର ସାହୁଙ୍କୁ ପଚାରିବାରେ ସେ କହିଥିଲେ ଯେ ଆମେ ଏହି ଦୁଇଟି ଲଜ ଉପରେ ଚଢାଉ କରିବା ସହ ସେହି ଲଜର କାଗଜପତ୍ରକୁ ଯାଂଚ କରିଥିଲୁ । ପ୍ରକୃତରେ ସେହି ଲଜକୁ କେଉଁମାନେ ଆସୁଛନ୍ତି ଓ ସେଠାରେ କେତେ ସମୟଧରି ରହୁଛନ୍ତି ଏସମ୍ପର୍କରେ ଲଜର କର୍ମଚାରୀଙ୍କ ଠାରୁ ତଥ୍ୟ ପଚାରି ବୁଝିବା ସହ ଆବଶ୍ୟକ କାଗଜପତ୍ର ତନଖି କରିଥିଲୁ ।