ବଜ୍ରମହାକାଳୀ ଉପ୍ରାବିଦ୍ୟାଳୟରୁ କବାଟ ତାଡି ବହୁ ମୂଲ୍ୟବାନ ଜିନିଷ ଚୋରି

କେନ୍ଦ୍ରାପଡ଼ା,୧୯/୦୬/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସାନମାଣିତିଆ ଗ୍ରାମପଂଚାୟତର ଜରିଆବାଡସ୍ଥିତ ବଜ୍ରମହାକାଳୀ ସରକାରୀ ଉପ୍ରା ବିଦ୍ୟାଳୟର କବାଟ ତାଡି ବହୁ ମୂଲ୍ୟବାନ ଜିନିଷପତ୍ର ଚୋରି ହୋଇଥିବା ଚଉଦକୁଲାଟ ଫାଣ୍ଡିରେ ଅଭିଯୋଗ ହୋଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦିପ କୁମାର ମଲ୍ଲିକଙ୍କ ଅଭିଯୋଗ ଅନୁଯାୟୀ ବିଦ୍ୟାଳୟ ଛୁଟି ଥିବାର ସୁଯୋଗ ନେଇ କେହି ଦୁର୍ବୁତ ବିଦ୍ୟାଳୟରେ ପଶି ୫ଟି ଗୃହର ତାଲା ଭାଙ୍ଗି ଭିତରେ ପଶିଛି ।

ଏଥିସହିତ ଗୃହ ମଧ୍ୟରେ ଥିବା ଗୋଦରେଜ ଆଲମୀରାକୁ ତାଡି ତା ଭିତରେ ଥିବା ୨ଟି ମୋବାଇଲ ଟାବଲେଟ, ଅନ୍ୟାନ୍ୟ କାଗଜପତ୍ର ସମେତ ବିଦ୍ୟାଳୟ କାର୍ଯ୍ୟାଳୟ ଗୃହରେ ଥିବା ସିସିଟିଭିର ହାର୍ଡଡିସ୍କକୁ ମଧ୍ୟ ଚୋରିକରି ନେଇଯାଇଛି ।

ଏସମ୍ପର୍କରେ ଅଭିଯୋଗ ପାଇବା ପରେ ଚଉଦକୁଲାଟ ଫାଣ୍ଡି ଅଧିକାରୀ  ଅନ୍ୟ କର୍ମଚାରୀଙ୍କ ସହ ଘଟଣାସ୍ଥଳକୁ ଆସି ପ୍ରାଥମିକ ତଦନ୍ତ ସାରି ଫେରିଯାଇଥିବା ଜଣାପଡିଛି । ଫାଣ୍ଡି ଅଧିକାରୀ ରଶ୍ମୀରଞ୍ଜନ ଗ୍ରହଚାର୍ଯ୍ୟକୁ ପଚାରିବାରେ ସେ  କହିଛନ୍ତି ଯେ ଏସମ୍ପର୍କରେ ଉପରିସ୍ତ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି । ଅଧିକ ତଦନ୍ତ ପାଇଁ ସାଇନ୍ଟିଫିକ ଟିମ ଆସି ତଦନ୍ତ କରିବେ ।

Leave a Reply

Your email address will not be published. Required fields are marked *