କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ ରେ ବିଜେପି ର ବାଜିମାତ୍

                           ଜ୍ୟୋତି ନାଏକ ନିର୍ଦ୍ବନ୍ଦରେ ବ୍ଲକ ଅଧ୍ୟକ୍ଷା ନିର୍ବାଚିତ

ଧର୍ମଗଡ଼, ୧୯/୦୬/୨୦୨୫ (ଓଡ଼ିଶା ସମାଚାର /ରାକେଶ ବେମାଲ) -କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ରେ ଆଜି ଵ୍ଲକ ଅଧ୍ୟକ୍ଷ ଉପନିର୍ବାଚନ ରେ ବିଜେପି ର ବାଜିମାତ୍ । ପୂର୍ବତନ ଅଧ୍ୟକ୍ଷ ମୋତୀ ବିହାରୀ ଅନାସ୍ଥା ରେ ହାରିବା ପରେ ଆଜି ଅଧ୍ୟକ୍ଷ ପଦବୀ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥଲା । ବିଜେପି ସମର୍ଥନ ରେ ଏକମାତ୍ର ପ୍ରାର୍ଥୀ ଭାବରେ କଲମପୁର ଗ୍ରାମପଞ୍ଚାୟତ ର ସମିତି ସଭ୍ୟ ଜ୍ୟୋତି ନାଏକ ଅଧ୍ୟକ୍ଷ ପଦପାଇଁ ନାମାଙ୍କନ ଭରିଥିଲେ । ନିର୍ଧାରିତ ସମୟ ମଧ୍ୟରେ କେହି ନାମାଙ୍କନ ନ ଭରିବାରୁ ଜ୍ୟୋତି ନାଏକ ନିର୍ଦ୍ବନ୍ଦ ରେ ନିର୍ବାଚିତ ହୋଇଥିଲେ।

 ସୂଚନା ଯୋଗ୍ୟ ଯେ ଗତ ଏପ୍ରିଲ ମାସରେ ଏହି ବ୍ଲକର ପୂର୍ବତନ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ଅନାସ୍ଥା ଆଗତ କରିଥିଲେ । ମୋ ବିହାରୀ ଅନାସ୍ଥା ଭୋଟରେ ପଦ ହରେଇଥିଲେ । ଜ୍ୟୋତି ନାଏକ ସମିତି ଅଧ୍ୟକ୍ଷ ଘୋଷିତ ହେବା ପରେ ତାଙ୍କ ସମର୍ଥକଙ୍କ ସହ ବିଜେପି କର୍ମୀ ସମ୍ବର୍ଦ୍ଧନା ଜଣାଇଥିଲେ ଓ ଖୁସି ବ୍ୟକ୍ତ ଥିଲେ । ଜିତିବା ପରେ ସମର୍ଥକଙ୍କ ସହ ଜ୍ୟୋତି ବ୍ଲକ କାର୍ଯ୍ୟାଳୟ ଠାରୁ କଲମପୁର ସହରକୁ ପଦଯାତ୍ରା କରି ପ୍ରଥମେ ବାବା ସାହେବଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟ ଦେଇ ନିର୍ମାଲ୍ୟ କ୍ଷେତ୍ର ରେ ଭଗବାନଙ୍କ ଦର୍ଶନ କରିଥିଲେ ।

Leave a Reply

Your email address will not be published. Required fields are marked *