ଭୁବନେଶ୍ୱର,୨୫/୦୮/୨୦୨୫ (ଓଡ଼ିଶା ସମାଚାର)-ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରବିବାର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଏହି ଅବସରରେ ବଡ଼ଚଣା ବ୍ଲକ ଅଧ୍ୟକ୍ଷା ମିନତୀ ସେନାପତି, ଉପାଧ୍ୟକ୍ଷ ବିଭାସଚନ୍ଦ୍ର ନନ୍ଦ, ବଡ଼ଚଣା ବ୍ଲକ ବିଜେଡିର ପୂର୍ବତନ ସଭାପତି ତଥା ଜିଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି । ଏହାଛଡ଼ା ବଡ଼ଚଣା ବ୍ଲକର ପୂର୍ବତନ ଛାତ୍ର ସଭାପତି ଜିତେନ୍ଦ୍ର କୁମାର ନାୟକ, ଦର୍ପଣ ସରପଂଚ ତଥା ବଡ଼ଚଣା ସରପଂଚ ସଂଘ ସଭାପତି ରଞ୍ଜନ କୁମାର ଦାସ, ବଡ଼ଚଣା ସମିତି ସଭ୍ୟ ତଥା ସଂଘ ସଭାପତି ମଧୁସୂଦନ ବଳ, ଭୁଷଣ୍ଡପୁର ସରପଂଚ ଯଜାତି କେଶରୀ ରାଉତ, ସିହା ସରପଂଚ ସୁଶ୍ରୀ ମିଶ୍ର, ଧାନମଣ୍ଡଳ ସରପଂଚ ନବଦ୍ୱୀପ ନାୟକ, ବଡ଼ଘୁମୁରି ସରପଂଚ ଅକ୍ଷୟ କୁମାର ରାଉତରାୟ, ଅଣକା ସରପଂଚ ଦେବଯାନୀ ମହାପାତ୍ର, ସମିତି ସଭ୍ୟା ରଶ୍ମିତା ସ୍ୱାଇଁ, ମାଣ୍ଡୁକା ସମିତି ସଭ୍ୟା ମିନତୀ ଦଳେଇ ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି ।
ସେହିପରି ବଡ଼ଚଣା ଆତ୍ମା କମିଟି ଅଧ୍ୟକ୍ଷ ବିପିନ ବିହାରୀ ଜେନା, ପୂର୍ବତନ ଅଧ୍ୟକ୍ଷ ନିରଞ୍ଜନ ସେନାପତି, ୧୬ନଂ.ଜୋନ୍ ଜିଲା ପରିଷଦ ସଭ୍ୟା ବିନୋଦିନୀ ସାହୁ, ଦର୍ପଣା ପୂର୍ବତନ ସରପଂଚ ମାନସୀ ଜେନା, ସମିତି ସଭ୍ୟା ମୋନାଲିସା ତରାଇ, ପାରିଆର ପୂର୍ବତନ ସରପଂଚ ମାନସ ରଞ୍ଜନ ପଣ୍ଡାଙ୍କ ସମେତ ଦୁଇ ହଜାରରୁ ଊର୍ଦ୍ଧ୍ୱ ସମର୍ଥକ ବିଜେପିରେ ଯୋଗଦେଇଥିଲେ । ରାଜ୍ୟ ସଭାପତି ମନମୋହନ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ କରିଥିଲେ । ଏହି ମିଶ୍ରଣ ପର୍ବରେ ବଡ଼ଚଣା ବିଧାୟକ ଅମର କୁମାର ନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ରାଜ୍ୟ ଉପସଭାପତି ବିରଂଚିନାରାୟଣ ତ୍ରିପାଠୀ, ରାଜ୍ୟ ସାଧାରଣ ସମ୍ପାଦକ ଡ.ଯତୀନ ମହାନ୍ତି, ରାଜ୍ୟ ସଂପାଦକ ସରୋଜ କର ଓ ଯାଜପୁର ଜିଲା ସଭାନେତ୍ରୀ ଦେବଯାନୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
