କନ୍ଦରପୁର ତାଳଦଣ୍ଡା କେନାଲ ଉଚ୍ଚା ପୋଲ ନିଚା କରାଯାଉ

କଟକ ସଦର, ୧୯/୦୬/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କନ୍ଦରପୁର ଠାରୁ ଆୟତପୁର ମହାନଦୀ ନଦୀବନ୍ଧ ପୂର୍ତ୍ତ ବିଭାଗ ରାସ୍ତାକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ଜଳ ସଂପଦ ବିଭାଗ ପକ୍ଷରୁ ବହୁ ବର୍ଷ ତଳେ ଜଳ ସଂପଦ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିବା ଉଚ୍ଚା ପୋଲ ଯୋଗୁଁ ଗମନାଗମନରେ ନାହିଁ ନଥିବା ଅସୁବିଧା ପରିଲକ୍ଷିତ ହେଉଛି। ପ୍ରକାଶ ଯେ ପୂର୍ବରୁ ତାଳଦଣ୍ଡା କେନାଲ ରେ ଡଙ୍ଗା ସାହାଯ୍ୟରେ ମାଲ ପରିବହନ ହେଉଥିବାରୁ ଏହା ଉପରେ ଉଚ୍ଚା ପୋଲ ନିର୍ମାଣ କରାଯାଇଥିଲା।

ହେଲେ ଏଵେ ତାହା ବନ୍ଦ ହୋଇ ଯାଇଥିଵା ଦୃଷ୍ଟିରୁ ଅନେକ ସ୍ଥାନରେ ଉଚ୍ଚା ପୋଲ ଗୁଡ଼ିକ ଭଙ୍ଗା ଯାଇଁ ଆବଶ୍ୟକତା ଦୃଷ୍ଟିରୁ ନିଚା ପୋଲ ନିର୍ମାଣ କରାଯାଇଛି। ଏଥିରେ ଜରାଜୀର୍ଣ୍ଣ ହୋଇ ବିପଦପୂର୍ଣ୍ଣ ଅଵସ୍ଥା ରେ‌ କନ୍ଦରପୁର ପୋଲ ପ୍ରତି ଦୃଷ୍ଟି ଦିଆ ଯାଇନଥିବାରୁ ଜନସାଧାରଣ ଅସୁବିଧା ର ସମୁଖୀନ ହେଉଛନ୍ତି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଏଠାରେ ଉଚ୍ଚା ପୋଲ କୁ ଭଙ୍ଗାଯାଇ ନିଚା ପୋଲ ନିର୍ମାଣ କରିବାକୁ ଆୟତପୁର ସରପଂଚ ରାକେଶ ବେହେରା ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କ ନିକଟରେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *