ଓଡ଼ିଶାର ନାଟ୍ୟ ପରମ୍ପରା କାଳଜୟୀ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର, ୧୯/୦୬/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ହେଉଥିବା ନାଟକ ସନ୍ଧ୍ୟା କାର୍ଯ୍ୟକ୍ରମ ଆଜି ଉଦ୍‌ଯାପିତ ହୋଇଛି। ଆଜିର ଉଦ୍‌ଯାପନୀ ସନ୍ଧ୍ୟାରେ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ଓଡ଼ିଶାର ନାଟ୍ୟ ପରମ୍ପରା କାଳଜୟୀ। ଆମ ବରପୁତ୍ରମାନଙ୍କର ଜୀବନୀ ଉପରେ ଆଧାରିତ ନାଟକ କାର୍ଯ୍ୟକ୍ରମ ଆମ ସମସ୍ତଙ୍କୁ ବେଶ୍ ପ୍ରଭାବିତ କରିବା ସହ ବିଶେଷ ଭାବରେ ଯୁବପିଢ଼ିଙ୍କ ପାଇଁ ପ୍ରେରଣାଦାୟୀ ହୋଇପାରିଛି ବୋଲି ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂରଜ ମତପ୍ରକାଶ କରିଥିଲେ।

ଆଜି ନାଟକ ସନ୍ଧ୍ୟା କାର୍ଯ୍ୟକ୍ରମର ଉଦ୍‌ଯାପନୀ ସମାରୋହରେ “ଘୁମୁସରା ବିପ୍ଳବର କର୍ଣ୍ଣଧାର ଚକରା ବିଷୋୟୀ” ନାଟକ ମଞ୍ଚସ୍ଥ ହୋଇଥିଲା।  ନାଟ୍ୟକାର ଶ୍ରୀ ମନ୍ମଥ ଶତପଥୀ ନାଟକ ରଚନା କରିଥିବା ବେଳେ ନିର୍ଦ୍ଦେଶକ ଶ୍ରୀ ଦିନେଶ ଦାସ ନିର୍ଦ୍ଦେଶନା ଦେଇଥିଲେ।

ପ୍ରକାଶଯୋଗ୍ୟ ଯେ, ଜୁନ୍‌ ୧୨ ତାରିଖରୁ ଜୁନ୍‌ ୧୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ରବୀନ୍ଦ୍ର ମଣ୍ଡପ ଠାରେ ପ୍ରତ୍ୟେକ ଦିନ ନାଟକ ସନ୍ଧ୍ୟା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଓଡ଼ିଶାର ବରପୁତ୍ରମାନଙ୍କର ଜୀବନୀକୁ ନେଇ ଏହି ନାଟକ ସନ୍ଧ୍ୟା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

-0-

ଅମ୍ଳାନ ଦାସ ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *