ପାଲଲହଡା ରେ ଜାତୀୟ ପ୍ରେସ ଦିବସ ପାଳିତ।

ପାଲଲହଡା, ୧୭/୧୧/୨୦୨୪ (ଓଡ଼ିଶା ସମାଚାର)-ଭାରତୀୟ ପ୍ରେସ କାଉନସିଲ ର ଗଠନ ଦିବସ କୁ ସାରା ଭାରତ ବର୍ଷରେ ଜାତୀୟ ପ୍ରେସ ଦିବସ ରୂପେ ପାଳନ କରାଯାଉଅଛି।ଏହି ଅବସରରେ ଅନୁଗୁଳ ଜିଲ୍ଲା ପାଲଲହଡା ଇଣ୍ଡୋର ଷ୍ଟାଡିୟମ ହଲ ଠାରେ ଉପଖଣ୍ଡ ସ୍ତରୀୟ କାର୍ଯ୍ୟରତ ସାମ୍ବାଦିକ ସଂଘ, ପାଲଲହଡା ପକ୍ଷରୁ ଧୁମଧାମ ରେ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଛି।ପାଳଲହଡା କାର୍ଯ୍ୟରତ ସାମ୍ବାଦିକ ସଂଘର ୧୦ତମ ବାର୍ଷିକ ଜାତୀୟ ପ୍ରେସ ଦିବସ ଅବସରରେ ମୁଖ୍ୟ ଅତିଥି ଭାବରେ ପାଳଲହଡା ବିଧାୟକ ଶ୍ରୀଯୁକ୍ତ ଅଶୋକ ମହାନ୍ତି ଯୋଗ ଦେଇଥିବା ବେଳେ ସତନ୍ତ୍ର ଅତିଥି ଭାବେ ଓଡିଶା ପ୍ରଶାସନିକ ସେବା ଅଧିକାରୀ (ବରିଷ୍ଠ) ତଥା ପାଲଲହଡା ପୂର୍ବତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ବାରା, ମୁଖ୍ୟବକ୍ତାଭାବେ ମାଲ୍ୟଗିରି ମହାବିଦ୍ୟାଳୟ ର ଇତିହାସ ବିଭାଗର ବରିଷ୍ଠ ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ସାହୁ ଯୋଗ ଦେଇଥିଲେ Iକାର୍ଯ୍ୟରତ ସାମ୍ବାଦିକ ସଂଘର  ସଭାପତି ଖଗେଶ୍ୱର ଦାଶ କାର୍ଯ୍ୟକ୍ରମ ରେ ସଭାପତିତ୍ଵ କରିଥିଲେ ଏବଂ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଭାରତୀୟ ସମ୍ବିଧାନ ର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ସଦାସର୍ବଦା ଜାଗ୍ରତ ପ୍ରହରୀ ଭାବରେ  କାର୍ଯ୍ୟ କରିଆସୁଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ।ଏହି ଅବସରରେ ଡାଲୋ ଗ୍ରାମର ମା ସନ୍ତୋଷୀ ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ବୋଇତା ସରେଇ ଗ୍ରାମର ଜଗନ୍ନାଥ ସ୍ଵୟଂ ସହାୟକ ଗୋଷ୍ଠୀ ର ମା ମାନଙ୍କୁ ନିଜସ୍ୱ ଉଦ୍ୟମ ରେ ସ୍ୱାବଲମ୍ବୀ ହୋଇପାରି ଥିବାରୁ ସଂଘ ପକ୍ଷରୁ ସମ୍ମାନିତ କରାଯାଇଥିଲା।

ଉପସଭାପତି ସମାଜ ର ବରିଷ୍ଠ ସାମ୍ବାଦିକ ରବିନାରାୟଣ ପ୍ରଧାନ,ଧରିତ୍ରୀ ତଥା ନନ୍ଦିଘୋଷ ଟିଭି ସାମ୍ବାଦିକ ଦିବ୍ୟଜ୍ୟୋତି ଦାଶ,ସକାଳ ଓ କମିୟାବ ଟିଭି ସାମ୍ବାଦିକ ଦେବଦତ୍ତ ସାହୁ , ଅର୍ଗସ ଟିଭି ସାମ୍ବାଦିକ ହରିଶ ଚନ୍ଦ୍ର ଦାସ,ଖଗେଶ୍ୱର ମହାନ୍ତ(ଦର୍ଶନ),ସୁବ୍ରତ କୁମାର ଦାଶ ( ଫାଷ୍ଟମେଲ ଓ଼ ନିୟୁଜ18),ଶିଶିର କୁମାର ଆଚାର୍ଯ୍ୟ, ଲିଙ୍ଗରାଜ ସାହୁ ପ୍ରତିମଞ୍ଜରୀ ମହାନ୍ତି, ରଜନୀ ନାଏକ, ଦୀପ୍ତି ପ୍ରକାଶ ଉଦାବଳ, ଭୂପେନ କୁମାର ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ବ୍ଲକ ସ୍ତରୀୟ ସାମ୍ବାଦିକ ସଂଘ ପକ୍ଷରୁ ଶରତଚନ୍ଦ୍ର କ୍ଲବ ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଥିବା ବେଳେ ପ୍ରେସ କ୍ଲବ ପକ୍ଷରୁ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଥିବା କ୍ଲବ କାର୍ଯ୍ୟାଳୟ ଠାରେ ମଧ୍ୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି।

Leave a Reply

Your email address will not be published. Required fields are marked *