ଜୁନାଗଡ଼, ୦୪/୦୧/୨୦୨ ୪ (ଓଡ଼ିଶା ସମାଚାର /ରାକେଶ ବେମାଲ)- ଆଜି ବିଜେପି ପକ୍ଷରୁ କଳାହାଣ୍ଡିରେ ମଣ୍ଡି ସମସ୍ୟା ସହ ରାଜ୍ୟ ସରକାରଙ୍କ ଅସଫଳତାକୁ ନେଇ ବିଜେପି ପକ୍ଷରୁ ୧୨ଘଣ୍ଟିଆ କଳାହାଣ୍ଡି ବନ୍ଦ ଡାକରା ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ ଙ୍କ ନେତୃତ୍ୱରେ ଶତାଧିକ ବିଜେପି ସମର୍ଥକ ଏକ ଶୋଭଯାତ୍ରା ରେ ଯାଇ ପିକେଟିଂ ସହ ସ୍ଥାନୀୟ ହାତୀନଦୀ ପୋଲ ଜାତୀୟ ରାଜପଥ ୨୬ କୁ ଅବରୋଧ କରିଥିଲେ । ଏଥି ସହ ସହରର ଦୋକାନ ବଜାର, ସ୍କୁଲ ,କଲେଜ ବନ୍ଦ କରିଥିଲେ । ପରେ ହାତୀ ନଦୀ ଏନ୍ ଏଚ୍ ୨୬ ଠାରେ ବିଜେପି କର୍ମୀ ମାନେ ଧାରଣ ଦେଇ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରାବାଜି ଦେଇଥିଲେ। । ଫଳରେ ରାସ୍ତା ର ଉଭୟ ପାର୍ଶ୍ଵ ରେ ଶତାଧିକ ଯାନବାହନ ଅଟକି ସାଧାରଣ ଜୀବନ ଯାତ୍ରା ଅଚଳ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବରିଷ୍ଠ ବିଜେପି କର୍ମୀ ଅଜୟ ପାଣିଗ୍ରାହୀ, କାଳିଆ ପାଣିଗ୍ରାହୀ, ଶିବରାମ ରାଉତ,ଚନ୍ଦ୍ରହାସ୍ୟ ବିଶ୍ୱାଳ,ପପୁ ବୈଠାରୁ,ବିକ୍ରାନ୍ତ ପଟ୍ଟନାୟକ, ଭବାନୀ ଠାକୁର, ଦିବ୍ୟ ଦୀପ,ସୁଶାନ୍ତ ବାଗ, ସତ୍ୟନାରାୟଣ ପଣ୍ଡା ପ୍ରମୁଖ ସମେତ ଶତାଧିକ ବିଜେପି କର୍ମୀ ସାମିଲ ଥିଲେ।
କଳାହାଣ୍ଡିରେ ମଣ୍ଡି ସମସ୍ୟା ନେଇ ବିଜେପି ର୧୨ ଘଣ୍ଟିଆ ବନ୍ଦ ପାଳନ ।
