କଟକ ସଦର,୧୫/୦୩/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଗତ ସାଧାରଣ ନିର୍ବାଚନ ହେଉ କିମ୍ବା ପଞ୍ଚାୟତ ନିର୍ବାଚନ ହେଉ ସବୁଥିରେ ଘୋର ବିରୋଧ କରି ଦଳୀୟ ବିଜେଡ଼ି ଧର୍ମ ପାଳନ କରିଥିବା କିଶନନଗର ପଞ୍ଚାୟତର ଯୁବ ନେତା ତଥା ରାଜ୍ୟ ଛାତ୍ର ବିଜେଡ଼ି ସଂପାଦକ ଓ କଟକ ସଦର ବ୍ଲକ ଛାତ୍ର ବିଜେଡ଼ି ସଭାପତି ସତ୍ୟସିଦ୍ଧାନ୍ତ ଦାଶ ଙ୍କ ଘରକୁ ଆଜି (ଶନିବାର ହୋଲି ଦିନ) କଟକ ସଦର (ବିଜେପି)ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଯାଇଥିବା କୁ ନେଇ ଉଭୟ ବିଜେଡ଼ି ବିଜେପି ଶିବିର ରେ କମ୍ପନ ସୃଷ୍ଟି ହୋଇଛି।
ବିଧାୟକ ପ୍ରକାଶ ଙ୍କ ଘର କିଶନନଗର ପଞ୍ଚାୟତରେ ହୋଇଥିବା ଏବଂ ସତ୍ୟସିଦ୍ଧାନ୍ତ ଏହି ପଞ୍ଚାୟତର ହୋଇଥିବା ରୁ ଉଭୟ ପରସ୍ପରକୁ ବିରୋଧ କରି ଆସୁଥିଲେ। ଏପରିକି ବିଧାୟକ ପ୍ରକାଶ ଙ୍କ ଭାଉଜଙ୍କୁ ସତ୍ୟସିଦ୍ଧାନ୍ତ ଦୃଢ ବିରୋଧ କରିବା ସତ୍ତ୍ବେ ସିଏ ସରପଂଚ ଭାବେ ବାଜିମାତ କରିଥିଲେ। ଏପରି ଏମିତି କ’ଣ ହେଲା କେଜାଣି ନିର୍ବାଚନ ସରିବାର ବର୍ଷେ ନପୁରୁଣୁ ବିଜେଡ଼ି ରେ ସବୁ ସୁବିଧା ସୁଯୋଗ ହାତେଇ ଥିବା ସତ୍ୟସିଦ୍ଧାନ୍ତ ବିଜେପି କୁ ଯିବାକୁ ମନ ଵଳାଇଲେ (କି ? ) ତାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଏହା କେବଳ ଠିକାଦାରୀ ମୋହ ବୋଲି ସାଧାରଣ ରେ ଆଲୋଚନା ହେଉଛି।