ନିଶ୍ଚିନ୍ତକୋଇଲି ବ୍ଲକ୍: ଅନାସ୍ଥା ଭୋଟ ପାଇଁ ୩୦ କୁ ପୁନର୍ବାର ତାରିଖ ଧାର୍ଯ୍ୟ  

୩୦ ରେ ହେବ ନିର୍ବାଚନ

କଟକ ସଦର,୧୬/୦୫/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷା ଙ୍କ ଅନାସ୍ଥା ଭୋଟ କୁ ନେଇ କିଛି ଦିନ ହେଲା ଛକାପଞ୍ଝା ଲାଗିରହିଥିବା ବେଳେ ଗତ ୧୩ ତାରିଖ ଦିନ ହେବାକୁ ଥିବା ଭୋଟ କୁ ନାଟକୀୟ ଢ଼ଙ୍ଗରେ ୫ ଜଣ ସଦସ୍ୟଙ୍କ ଅସୁସ୍ଥତା ସହ ନିର୍ବାଚନ ଅଧିକାରୀ ଙ୍କର ଅସୁସ୍ଥତା ଯୋଗୁଁ ତାହାକୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ହେଲେ ପୁନର୍ବାର ଅନାସ୍ଥା ଭୋଟ ପାଇଁ ତାରିଖ ଧାର୍ଯ୍ୟ ହୋଇ ତାହା ଆସନ୍ତା ୩୦ ତାରିଖ ରେ ହେବ ବୋଲି ସଦର ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ ଙ୍କ ବିଜ୍ଞପ୍ତି ରୁ ଜଣାପଡିଛି।

ସୂଚନାଯୋଗ୍ୟ ଯେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ୨୭ ଟି ଓ କଟକ ସଦର ନିର୍ବାଚନମଣ୍ଡଳୀର ୧୪ ଗୋଟି ପଞ୍ଚାୟତ ମୋଟ୍ ୪୧ ଟି ପଞ୍ଚାୟତକୁ ନେଇ ନିଶ୍ଚିନ୍ତକୋଇଲି ବ୍ଲକ୍ ଥିବା ବେଳେ ସରପଂଚ, ସମିତି ସଭ୍ୟ/ ସଭ୍ୟା ମିଶି ୮୨ ,ଦୁଇ ସାଂସଦ ଓ ଦୁଇ ବିଧାୟକ ମିଶି ୮୬ ଜଣ ଅନାସ୍ଥା ଭୋଟ ରେ ଭାଗ ନେବାକୁ ଥିବା ବେଳେ ମ୍ୟାଜିକ ନମ୍ବର ରହିଛି ୫୮।

ଏଥିରେ ପୂର୍ବରୁ ଥିବା ନିର୍ବାଚନ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳ ଜୟନ୍ତ କୁମାର ମହାପାତ୍ର ଙ୍କୁ ବଦଳାଯାଇ ସାଲେପୁର ତହସିଲଦାର ଜୟନ୍ତ କୁମାର ଜୟସିଂହ ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ଷ୍ଟାଣ୍ଡିଙ୍ଗ୍ ଅଧିକାରୀ ଭାବେ କଟକ ସଦର ତହସିଲଦାର ଦେବଦତ୍ତ ପ୍ରଧାନ ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ଜଣାପଡିଛି। ହେଲେ ୩୦ ତାରିଖ ରେ ଅନାସ୍ଥା ନାଟକର ଯବନିକା ପଡୁଛି ନାଁ ଆଉ କିଛି ନୂଆ ଘଟୁଛି ତାକୁ କେବଳ ଦେଖିବାକୁ ବାକି ରହିଲା

Leave a Reply

Your email address will not be published. Required fields are marked *