ଵାଲିଶୁକ୍ରି ନୃସିଂହ ମନ୍ଦିରରେ ବିଶ୍ଵଶାନ୍ତି ମହାଯଜ୍ଞ ର ପୂର୍ଣ୍ଣାହୁତି ସମ୍ପନ, ଚତୁର୍ଥ ପ୍ରହରୀ ନାମଯଜ୍ଞ ଆରମ୍ଭ 

କଟକ ସଦର, ୧୧/୦୫/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ପଞ୍ଚାୟତ ଵାଲିଶୁକ୍ରି ନଈକୂଳ ପାଟଣା ନୃସିଂହ ମନ୍ଦିରରେ ତିନି ଦିନ ଧରି ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହେଉଥିବା ବିଶ୍ଵଶାନ୍ତି ମହାଯଜ୍ଞର ଗତକାଲି ଶନିବାର ରାତିରେ ପୂର୍ଣ୍ଣାହୁତି ସମ୍ପନହୋଇଛି।

ଏହି ଅବସରରେ ଆଜି ରବିବାର ପବିତ୍ର ନୃସିଂହ ଜନ୍ମ ଦିନରେ ମନ୍ଦିର ପରିସରରେ ଚତୁର୍ଥ ପ୍ରହରୀ ନାମଯଜ୍ଞ ଆରମ୍ଭ ହୋଇଛି।

ପୂର୍ଣ୍ଣାହୁତି ଦିବସରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ, ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି ବେହେରା , କିଶନନଗର ସରପଂଚ ସୁଜାତା ସେଠୀ, ଉତ୍କଳ ବିକାଶ ପରିଷଦ ସଭାପତି ଇଂ ପ୍ରଭାତ କୁମାର ସେଠୀ,ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ ର ସଭାପତି ଶିକ୍ଷାବିତ ପ୍ରଫେସର ମନୋଜ ନାୟକ (ଟୁଟନ), ଅଭିମନ୍ୟୁ ସାହୁ ପ୍ରମୁଖ ଯୋଗ ଦେଇ ଯଜ୍ଞ ମଣ୍ଡପରେ ଅଗ୍ନି ଦେବତା ଙ୍କୁ ଦର୍ଶନ କରି ଆଶ୍ରିର୍ଵାଦ ଭିକ୍ଷା କରିଥିଲେ।

କାର୍ଯ୍ୟକ୍ରମ ପରିଚାଳନାରେ ଅଜୟ ରାଉତ,ଅଭୟ ମହାରଣା, ତ୍ରିନାଥ ମହାରଣା, କିଶୋର ସ୍ୱ।ଇଁ, ମଧୁସୂଦନ ସ୍ୱ।ଇଁ ଙ୍କ ସହିତ ଗ୍ରାମବାସୀମାନେ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *