ମାହାଙ୍ଗା, ୧୧/୦୫/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )- କ୍ୟାନ୍ସର ରେ ଆଖି ବୁଜିଲେ ପରୋପକାରୀ ସଂଗଠକ ମନମୋହନ । ସେ ହେଉଛନ୍ତି ପରୋପକାରୀ, ମେଳାପୀ ଏବଂ ମିଷ୍ଟଭାଷୀ ଯୁବକ ମନ ମୋହନ ପଣ୍ଡା । ଗତ କିଛିବର୍ଷ ତଳୁ କ୍ୟାନ୍ସର ଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇ ଆଚାର୍ୟ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ଚିକିତ୍ସିତ ହେବା ପରେ ମନ ମୋହନ ସୁସ୍ଥ ହୋଇଯିବା ଜଣା ପଡିଥିଲା ।

କିନ୍ତୁ ବିଧିର ବିଧାନ ବଡ଼ ବିଚିତ୍ର । କ୍ୟାନ୍ସର ସହିତ ଲଢ଼ୁଥୁବା ଏହି ଯୁବକ ଜଣକ ବେଶ ଦୃଢ଼ମନା ଥିବା ସତ୍ୱେ, ତାଙ୍କୁ କିନ୍ତୁ ସବୁ ଚେଷ୍ଟା ସତ୍ୱେ ବଂଚେଇ ପାରିନଥିଲେ ଡାକ୍ତରୀ ଦଳ । ୧୦ ତାରିଖ ଶନିବାର ମଧ୍ୟାହ୍ନରେ ସବୁଦିନ ପାଇଁ ଆଖିବୁଜିଲେ ମନ ମୋହନ । ମନମୋହନଙ୍କ ବିୟୋଗରେ ହଂସଦିଆ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ସ୍ଥାନୀୟ ମୂଳବସନ୍ତ ଏବଂ କୁହୁଣ୍ଡା ପଞ୍ଚାୟତରୁ ବହୁ ବିଶିଷ୍ଟ ବ୍ୟକ୍ତି ହଂସଦିଆ ଗ୍ରାମରେ ପହଂଚି, ଏହି ଯୁବ ସମାଜସେବୀଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇ ତା’ଙ୍କ ମର ଦେହରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ମନମୋହନଙ୍କ ପାର୍ଥିବ ଶରୀର ଜନ୍ମମାଟିରୁ ପୁରୀ ସ୍ୱର୍ଗଦ୍ୱାର ନିଆ ଯିବାକୁ ନିଷ୍ପତ୍ତି ନିଆଯାଇଥିଲା ।
ସ୍ଥାନୀୟ ସରପଞ୍ଚ ଙ୍କ ପ୍ରତିନିଧି ପ୍ରଶାନ୍ତ କର, ପୂର୍ବତନ ସରପଞ୍ଚ ଅଭିନ୍ନ ଯେନା, ବଟକୃଷ୍ଣ ଦାଶ, ନାରାୟଣ କର, ପଞ୍ଚାନନ ପଣ୍ଡା, ସମାଜସେବୀ ଅଖିଳେଶ ମହାନ୍ତି,ରମାକାନ୍ତ ପ୍ରହରାଜ,ମଦନ ମୋହନ ପଣ୍ଡା,ଅଜୟ ନନ୍ଦ, ସୁଶାନ୍ତ ନନ୍ଦ,ଅବିନାଶ ପଣ୍ଡା,ବସନ୍ତ ପଣ୍ଡା, ମନୋରଞ୍ଜନ ଲେଙ୍କା,ପ୍ରଭାତ ପଣ୍ଡା, ଶରତ ଚନ୍ଦ୍ର ଦାଶ,ସୋମନାଥ ସାମଲ, ପ୍ରମୁଖ ସ୍ବର୍ଗତ ପଣ୍ଡାଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇ ଦିବଂଗତ ମନମୋହଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ତା’ଙ୍କ ମରଦେହରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ । ପୁରୀ ସ୍ୱର୍ଗ ଦ୍ୱାରରେ ପରିବାର ବର୍ଗ ଏବଂ ଆତ୍ମୀୟ ସ୍ୱଜନ ମାନେ ମନମୋହନଙ୍କ ଅନ୍ତିମ ସଂସ୍କାର କରିଥିବା ବେଳେ ଏକମାତ୍ର ପୁତ୍ର ଦେବୀ ପ୍ରସାଦ ପଣ୍ଡା ମୁଖାଗ୍ନି ପ୍ରଦାନ କରିଥିଲେ ।
