ଯୁଦ୍ଧ ନୁହେଁ ଶାନ୍ତି ଚାହୁଁ ମଇ ଦିବସର ଆହ୍ୱାନ

କେନ୍ଦ୍ରାପଡ଼ା,୦୨/୦୫/୨୦୨୬ (ଓଡ଼ିଶା ସମାଚାର)- ବିଶ୍ୱ ଶ୍ରମିକ ଦିବସ ଅବସରରେ କେନ୍ଦ୍ରାପଡା ଜିଲାର ଆଇ.ଏନ.ଟି.ୟୁ.ସି.,ସି.ଆଇ.ଟି.ୟୁ., ଏଚଏମଏସ, ଏଆଇୟୁଟିୟୁସି, ଏଆଇସିସିଟିୟୁ, ଓଡିଶା କୃଷକ ସଭା ସମେତ ଅନ୍ୟାନ୍ୟ କ୍ଷେତ୍ରୀୟ ଟ୍ରେଡ ୟୁନିଅନ ସଂଗଠନ ଗୁଡିକର ମିଳିତବ ଆହ୍ୱାନରେ ଖଡିଅଙ୍ଗସ୍ଥିତ ସିଟୁ କାର୍ଯ୍ୟାଳୟ ପରିସରରେ ବିଶିଷ୍ଟ ଶ୍ରମିକ ନେତା ମାଧବ ଦାସ ଲାଲ ପତାକା ଉତୋଳନ କରିଥିଲେ । ଏହାପରେ ସେଠାରେ ଏକ ମିଳିତ ବୈଠକ ଆଇଏନଟିୟୁସି ଜିଲା ସଭାପତି ସାଥି ମୁକ୍ତାର ଖାଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।

ଏଥିରେ ଜଗତଜୀବନ ଦାଶ, ଏଲିନା ସାମନ୍ତରାୟ, ପ୍ରକାଶ ମଳିକ, ଅକ୍ଷୟ ତରାଇ, ଗୟାଧର ଧଳ, ତ୍ରିଲୋଚନ ଦାସ, ଅଦ୍ୱୈତ ମଳିକ, ନିରାକାର ସାହୁ, ଦିପ୍ତୀମୟୀ ବେହେରା, ସୁଷମା ପଣ୍ଡା, ଗୋପବନ୍ଧୁ ଦାସ, ମନୋରଞ୍ଜନ ଷଡଙ୍ଗୀ, ଅଶୋକ ନାଥ, ନିର୍ମଳା ସିଂ, ରବିନ୍ଦ୍ର ମହାକୁଡ, ରାଜେଶ ଖିଲାର, ସ୍ନେହଲତା ଗାହାଣ, ସତ୍ୟଭାମା ସାହୁ, ବିମଳା ମହାଳିକ, ସରସ୍ୱତୀ ପଣ୍ଡା, ନରୋମ ପାର୍ଥସାରଥୀ, କୃଷ୍ଣ ଚନ୍ଦ୍ର ରାଉତ, ଅଜିତ ପରିଡା, ସୟଦ ମୁକ୍ତାର ଅଲ୍ଲୀ, ଅଜୟ ସାମଲ, ବାବାଜୀ ଧଳ, ଡ. ଚୈତନ୍ୟ ପରିଡା, ତପନ ମଳିକ, ପ୍ରକାଶ ମହାନ୍ତି ଓ ଶିବ ନାଥ ପ୍ରମୁଖ ଯୋଗଦେଇ ଦୈନିକ ଆଠଘଂଟା ଶ୍ରମ, ସମସ୍ତ ଅଣସଂଗଠିତ ସ୍କିମ ଶ୍ରମିକ, ଗିଗ ଶ୍ରମିକ, ପରିବହନ ଶ୍ରମିକ ମାନଙ୍କର ସର୍ବନିମ୍ନ ମଜୁରୀ ମାସିକ ୨୬ହଜାର ଟଙ୍କା ପ୍ରଦାନ, ୪ଟି କଳା ଶ୍ରମ କୋର୍ଡ ପ୍ରତ୍ୟାହାର, ନିର୍ମାଣ ଶ୍ରମିକ ବୋର୍ଡକୁ ସୁପରିଚାଳନା କରି ସେଥିରେ ପୂର୍ବରୁ ଦିଆଯାଉଥିବା ସମସ୍ତ ସ୍କିମକୁ ଚାଲୁ କରିବା, ଅଣ ସଂଗଠିତ ଶ୍ରମିକ ବୋର୍ଡ ଓ ପରିବହନ ଶ୍ରମିକ କଲ୍ୟାଣ ବୋର୍ଡ ତୁରନ୍ତ ପୁର୍ନଗଠନ କରି ହିତାଧିକାରୀମାନଙ୍କୁ ସହାୟତା ପ୍ରଦାନ କରାଯିବାକୁ ଦାବି କରିଥିଲେ । ଯୁଦ୍ଧ ବନ୍ଦ ହେଉ, ଦୁନିଆର ମଜଦୁର ଏକ ହୁଅ ବୋଲି ନାରା ଦେଇ ସଭା ସାଙ୍ଗ କରାଯାଇଥିଲା ।

Leave a Reply

Your email address will not be published. Required fields are marked *