ରାମସ୍ୱାମୀ ମନ୍ଦିର କମିଟି ଜୁନାଗଡ଼ ଦ୍ୱାରା ଶ୍ରୀ ହନୁମାନ ଜନ୍ମୋସବ ପାଳିତ

ଜୁନାଗଡ଼, ୨୪/୦୪/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ )- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ରାମସ୍ୱାମୀ ମନ୍ଦିର ଠାରେ ମଙ୍ଗଳବାର ଦିନ ଶ୍ରୀ ହନୁମାନ ଜନ୍ମୋସବ ପାଳିତ ହୋଇଯାଇଛି । ସ୍ଥାନୀୟ ରାମସ୍ୱାମୀ ମନ୍ଦିର କମିଟି ଦ୍ୱାରା ଆୟୋଜିତ ଏହି କାର୍ୟ୍ୟକ୍ରମ ରେ ସକାଳ ୮ ଘଣ୍ଟା ସମୟରେ ପୂଜାରମ୍ଭ ହୋଇଥିଲା ଏବଂ ସକାଳ ୧୦ ଘଣ୍ଟା ସମୟରେ ୧୦୮ ହନୁମାନ ଚାଳିଶା ଏବଂ ସୁନ୍ଦରକାଣ୍ଡ ପଠନ କରାଯାଇଥିଲା । ସନ୍ଧ୍ୟା ୬ ଘଣ୍ଟା ସମୟରେ ବାନରସେନା, ଧୂମାଲ ଡିଜେ ପ୍ରଭୁତି ସାଂସ୍କୃତିକ କାର୍ୟ୍ୟକ୍ରମ ମାଧ୍ୟମରେ ଆୟୋଜକ କମିଟି ର ସଦସ୍ୟ ସଦସ୍ୟା ଏବଂ ଶତାଧିକ ଭକ୍ତଗଣ ରାମସ୍ୱାମୀ ମନ୍ଦିର ଠାରୁ ଏକ ବିଶାଲ ଶୋଭାଯାତ୍ରା ମାଧ୍ୟମରେ ସହର ପରିକ୍ରମା କରିଥିଲେ ଏବଂ ରାତ୍ର ୮ଘଣ୍ଟା ସମୟ ରେ ପ୍ରସାଦ ସେବନ କରାଯାଇଥିଲା । ଏହି ହନୁମାନ ଜନ୍ମୋସବ ପାଳନ କାର୍ୟ୍ୟକ୍ରମ ରେ ଗୋପାଳ ମିତ୍ତଲ, ସୁରଜ ଅଗ୍ରୱାଲ, ସନ୍ତୋଷ ଅଗ୍ରୱାଲ, ଅମନ ଗୋଏଲ ପ୍ରମୁଖ ସହାୟତା କରିଥିଲେ ।

Leave a Reply

Your email address will not be published. Required fields are marked *